ତାଜମହଲକୁ ନେଇ ବଢୁଛି ଚିନ୍ତା ! ସୁରକ୍ଷା ପାଇଁ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ ।

Advertisment
ତାଜମହଲକୁ ନେଇ ବଢୁଛି ଚିନ୍ତା ! ସୁରକ୍ଷା ପାଇଁ ଉଦବେଗ ପ୍ରକାଶ କଲେ ସୁପ୍ରିମକୋର୍ଟ ।

image courtesy - gulfnews.com

ପ୍ରସିଦ୍ଧ ଐତିହାସିକ ସ୍ଥଳ ତାଜମହଲକୁ ସୁରକ୍ଷା ଏବଂ ସଂରକ୍ଷଣ ଦେବା ନେଇ ଉଚିତ୍ ପଦକ୍ଷେପ ନେବାରେ ଏଏସଆଇ (ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା) ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଆଜି ଉଦବେଗ ପ୍ରକାଶ କରିଛନ୍ତି। ତାଜମହଲ କୀଟ ଦ୍ୱାରା ସଂକ୍ରମିତ ହୋଇଥିବାରୁ ଏହାର ଉଜ୍ୱଳ ଧଳା ରଙ୍ଗ ଧୀରେ ଧୀରେ ମାଟିଆ ହୋଇଯାଉଛି। ଏ ନେଇ ସୁପ୍ରିମକୋର୍ଟ ଏଏସଆଇ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ତାଜମହଲର ସୁରକ୍ଷା ପାଇଁ ଏଏସଆଇ କି କି ପଦକ୍ଷେପ ନେଇଛି ତାହା ଉପସ୍ଥାପନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ଏଏସଆଇ ଏହାର କାର୍ୟ୍ୟ ଠିକ୍ ଭାବେ କରିଥାନ୍ତା, ତେବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା।

publive-image

ତେବେ ଆଜି ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲ ଏଏନଏସ ନାଦକର୍ଣ୍ଣିଙ୍କୁ କହିଛନ୍ତି ଯେ ଏଏସଆଇ ନିଜ ଦାୟିତ୍ୱ ଖସାଇବାରେ ବ୍ୟସ୍ତ, କିନ୍ତୁ ସମସ୍ୟା କେଉଁଠି ରହିଛି ତାହା ଦେଖିବାକୁ ନାରାଜ। ଅନ୍ୟପକ୍ଷରେ ତାଜମହଲର ସୁରକ୍ଷା ଦାୟିତ୍ୱ ପାଇଁ ଏଏସଆଇର ଆବଶ୍ୟକତା ଅଛି କି ନା’ ତାହା କେନ୍ଦ୍ର ସରକାର ବିଚାର କରିବାକୁ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟଙ୍କ ପୂର୍ବ ସୁପାରିସ କ୍ରମେ ତାଜମହଲ ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଏକ ଅନ୍ତର୍ଜାତୀୟ ବିଶେଷଜ୍ଞ ଦଳକୁ ନିଯୁକ୍ତି ଦେବାନେଇ କେନ୍ଦ୍ର ବିଚାର କରୁଛନ୍ତି ବୋଲି ନାଦକର୍ଣ୍ଣି କୋର୍ଟଙ୍କୁ ଜଣାଇଛନ୍ତି।

publive-image

ଆଜିର ଶୁଣାଣି ସମୟରେ ଏଏସଆଇ କର୍ତ୍ତୃପକ୍ଷ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ତାଜମହଲ୍ ଧୀରେ ଧୀରେ ମାଟିଆ ଏବଂ ସବୁଜ ପଡ଼ିବାର କାରଣ ହେଉଛି ମଇଳା ମୋଜା ଏବଂ ଶିଉଳି। ଶିଉଳି ସବୁଠାରୁ ବଡ଼ ସମସ୍ୟା ବୋଲି ଆଜି କର୍ତ୍ତୃପକ୍ଷ ଖଣ୍ଡପୀଠଙ୍କୁ କହିଥିଲେ। କିନ୍ତୁ ଶିଉଳି କେମିତି ତାଜମହଲର ଉପର ଅଂଶରେ ପହଞ୍ଚିଲା ବୋଲି ସୁପ୍ରିମକୋର୍ଟ ଆଶ୍ଚର୍ୟ୍ୟ ପ୍ରକଟ କରିଥିଲେ। ଏହାର ଉତ୍ତରରେ ଏଏସଆଇ କହିଥିଲେ ଶିଉଳି ପବନରେ ଉଡ଼ି ସେଠାରେ ପହଞ୍ଚୁଛି। ପୁଣିଥରେ କୋର୍ଟ ପଚାରିଥିଲେ ଶିଉଳି କ’ଣ ଉଡ଼ିପାରେ। ଏହାର ସଠିକ୍ ଉତ୍ତର ଏଏସଆଇ କର୍ତ୍ତୃପକ୍ଷ ଦେଇପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe