ମମିତାଙ୍କୁ କାହିଁକି ହତ୍ୟା କଲେ ଗୋବିନ୍ଦ ? ପୋଲିସ ଥିଓରୀକୁ ନେଇ ଉଠିଲା ପ୍ରଶ୍ନ, ସେକ୍ସ ସ୍କାଣ୍ଡାଲ ଲୁଚାଇବା ପାଇଁ ରଚାଯାଇଛି କି କାହାଣୀ ?

225

କନକ ବ୍ୟୁରୋ : ପୁଲିସର ପରକୀୟା ପ୍ରୀତି ଥିଓରୀ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମିତି କଣ ହେଲା ଯେ, ପରକୀୟା ପ୍ରୀତି ପାଇଁ ଗୋବିନ୍ଦ ସାହୁ ହତ୍ୟା କରିବାକୁ ପଛାଇଲେ ନାହିଁ, ତାର କୌଣସି ସଙ୍କେତ ମିଳିନାହିଁ । ତେଣୁ ପୁଲିସର ଏହି ଥିଓରିକୁ ନେଇ ପ୍ରଶ୍ନ ଉଠିିଛି ।

ମମିତାଙ୍କୁ କାହିଁକି ହତ୍ୟା କଲେ ଗୋବିନ୍ଦ ? ଏହାର ଉତ୍ତର ଦେବାକୁ ଯାଇ ପୁଲିସ କହିଥିବା କାରଣ, ସନ୍ଦେହ ଦୂର କରିବା ବଦଳରେ ସନ୍ଦେହ ବଢାଇ ଦେଇଛି । ପରକୀୟା ପ୍ରୀତିକୁ ନେଇ ହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦଙ୍କ ପରକୀୟା ପ୍ରୀତି ନେଇ ଜାଣିଯାଇଥିଲେ ମମିତା । ସେଥିପାଇଁ ମମିତାଙ୍କୁ ହତ୍ୟା କରିଦେଲେ ଗୋବିନ୍ଦ । ପୁଲିସର ଏହି ଥିଓରି, ସଂପୂର୍ଣ୍ଣ ଭାବେ ନୂଆ ହୋଇ ସାମ୍ନାକୁ ଆସିଛି । କାରଣ ଆଜି ଯାଏଁ ଏଭଳି କାରଣକୁ ନେଇ କେଉଁଠି ଚର୍ଚ୍ଚା ହୋଇନି, କେବେ କୌଣସି ଥାନାରେ ତାଙ୍କ ପତ୍ନୀ, କିମ୍ବା ପରିବାର ଅଭିଯୋଗ କରିନାହାନ୍ତି, କିମ୍ବା ସେଭଳି କୌଣସି ଅଭିଯୋଗ ଆଜି ଯାଏଁ ସାମ୍ନାକୁ ଆସିନାହିଁ । ତେବେ କାହିଁକି ହଠାତ୍ ପୁଲିସ ଏଭଳି ଏକ ଥିଓରି କହିଲା, ତାକୁ ନେଇ ପ୍ରଶ୍ନ ଉଠିଛି ।

– ଗୋବିନ୍ଦଙ୍କ ସ୍କୁଲ ଓ କଲେଜରେ ସେକ୍ସ ସ୍କାଣ୍ଡାଲ ଅଭିଯୋଗ ହୋଇ ଆସୁଛି
– ଏଠାରେ ଅନୈତିକ କାମର ପ୍ରମାଣ ମମିତାଙ୍କ ପାଖରେ ଥିଲା ବୋଲି କୁହାଯାଉଛି
– ଏହି ପ୍ରମାଣ ନଷ୍ଟ ପାଇଁ ମମିତାଙ୍କ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି
– ଏଭଳି ମମିତାଙ୍କ ପାଖରେ କଣ ପ୍ରମାଣ ଥିଲା ଯେଉଁଥିପାଇଁ ତାଙ୍କୁ ହତ୍ୟା କରିବାକୁ ପଡିଲା ?
– ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗୋବିନ୍ଦଙ୍କ ସହ ସଂପର୍କ ଏହି ଅଭିଯୋଗକୁ ଗୁରୁତର କରିଦେଇଛି
– ଏଭଳି ସ୍ଥିତିରେ ପୁଲିସର ହତ୍ୟାର କାରଣ ଥିଓରି ଆଶ୍ଚର୍ଯ୍ୟ କରିଛି ।
ଅଭିଯୋଗ ହେଉଛି, ରାଜନୈତିକ ଲିଙ୍କକୁ ଏଡାଇବା ପାଇଁ ପୁଲିସ ପରକୀୟା ପ୍ରୀତିର କାହାଣୀ ତିଆରି କରିଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମମିତା ନିଖୋଜ ଘଟଣାରେ ଗୋବିନ୍ଦଙ୍କୁ ପୁଲିସ ୪ ଦିନ ଧରି ଅଟକ ରଖିଥିଲା । ୪ ଦିନ ଭିତରେ କେମିତି ପୁଲିସକୁ କିଛି ବି ମିଳିଲା ନାହିଁ । ଏବଂ ସେହି ଲୋକ ଏବେ ଏତେ ବଡ ଅପରାଧୀ ବୋଲି ପୁଲିସ ପ୍ରମାଣ ଦେଉଛି । ସେହି ଲୋକକୁ ପୁଲିସ ପ୍ରଥମେ ରଖିଲା, ଏବଂ ସେ ସହଜରେ ଫେରାର ବି ହୋଇଗଲା । ଏବଂ ସେତେବେଳେ ପୁଲିସ ବାରାକର ଲାଇନ ବି ଚାଲିଗଲା । ଏସବୁ କଥା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।