ଭୁବନେଶ୍ୱରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ପୁଣି ଉଠିଲା ପ୍ରଶ୍ନ । ପିଏନବି ଏଟିଏମ ତାଡି ୨୭ ଲକ୍ଷ ଲୁଟ ଅଭିଯୋଗ, ଗ୍ୟାସକଟରରେ କାଟି ଟଙ୍କା ନେଇ ଦୃର୍ବୃତ ଫେରାର

158

କନକ ବ୍ୟୁରୋ : ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଳମ୍ବିତ ରାତିରେ ଗ୍ୟାସ କଟରରେ ଏଟିଏମ ଭାଙ୍ଗି ୨୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ପଟିଆ ମ୍ୟାଗ୍ନେଟିକ ଛକରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମରୁ ଏହି ଲୁଟ ହୋଇଛି । ଏଟିଏମର ଆଇରନ ଚେଷ୍ଟ ଭାଙ୍ଗି ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରୁ ଗ୍ୟାସ କଟର ଜବତ ହୋଇଛି ।

ଏବେ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ଯାଂଚ କରୁଛନ୍ତି । ଏଟିଏମରେ ଥିବା ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ତାଙ୍କ ପାଖରେ ପହଂଚିବାକୁ କମିସନରେଟ ପୁଲିସ ଉଦ୍ୟମ କରୁଛି । ଗତ କିଛି ଦିନ ହେବ ରାଜଧାନୀରେ ଅପରାଧ ବଢୁଥିବାରୁ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ଓ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି ।