ଟୁଇଟରରେ ଫ୍ରି ସ୍ପିଚକୁ ନେଇ ପୁଣି ଚର୍ଚ୍ଚାରେ ଏଲନ ମସ୍କ: ବାକ୍ ସ୍ୱାଧୀନତା ଉପରେ ଟୁଇଟ କରିବା ପରେ ୟୁଜରଙ୍କ ପ୍ରଶ୍ନବାଣ

127

କନକ ବ୍ୟୁରୋ: ପୁଣି ଚର୍ଚ୍ଚା ଘେରକୁ ଆସିଲେ ଟେସଲା ଓ ଟୁଇଟର କମ୍ପାନୀର ମାଲିକ ଏଲନ ମକ୍ସ । ଟୁଇଟର କିଣିବା ପରେ ସେ ଫ୍ରି ସ୍ପିଚକୁ ନେଇ ଏକ ଟୁଇଟ କରିଥିଲେ । ଯାହାକୁ ନେଇ ତାଙ୍କୁ ୟୁଜରଙ୍କ କଡା ପ୍ରଶ୍ନର ସାମ୍ନା କରିବାକୁ ପଡିଲା । ପରେ ଟୁଇଟ କରି ସ୍ପଷ୍ଟିକରଣ ରଖିଛନ୍ତି ଏଲନ । କହିଛନ୍ତି ତାଙ୍କ ମତରେ ଫ୍ରି ସ୍ପିଚର ଅର୍ଥ ହେଲା… ଆଇନର ପରିସୀମା ଭିତରେ ବାକ ସ୍ୱାଧୀନତା ସୀମିତ ରହିବା ଉଚିତ । ଆଇନର ବାହାରକୁ ଯାଇ କଟକଣା ଲଗାଇବା ସପକ୍ଷରେ ସେ ନାହାନ୍ତି ବୋଲି ଲେଖିଛନ୍ତି ।

ପୁଣି ଚର୍ଚ୍ଚାରେ ଟେସଲା ଓ ଟୁଇଟର କମ୍ପାନୀର ନୂଆ ମାଲିକ ଏଲନ ମକ୍ସ । ମଙ୍ଗଳବାର ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ଟୁଇଟର କିଣିବା ପରେ ଫ୍ରି ସ୍ପିଚ ବା ବାକ ସ୍ୱାଧୀନତାକୁ ନେଇ ଏକ ଟୁଇଟ କରିଥିଲେ ଏଲନ ମସ୍କ । । ଯାହାକୁ ନେଇ ଏକ ବଡ ବିବାଦ ସୃଷ୍ଟି ହୋଇଥିଲା । ଯଦି ଟୁଇଟରରେ ଫ୍ରି ସ୍ପିଚ କୁ ଅନୁମତି ଦିଆଯାଏ ତେବେ ଏନେକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହୁଛି ବୋଲି ଉପଭୋକ୍ତା ମାନେ ଟୁଇଟ କରିଥିଲେ । ଏହାର କିଛି ସମୟ ପରେ ଟୁଇଟ କରି ଫ୍ରି ସ୍ପିଚ ବିବାଦ ଉପରେ ସ୍ପଷ୍ଟି କରଣ ରଖିଛନ୍ତି ଏଲନ ମସ୍କ । ସେ କହିଛନ୍ତି, ତାଙ୍କ ମତରେ ଫ୍ରି ସ୍ପିଚର ଅର୍ଥ ହେଲା… ଆଇନର ପରିସୀମା ଭିତରେ ବାକ ସ୍ୱାଧୀନତା ସୀମିତ ରହିବା ଉଚିତ । ଆଇନର ବାହାରକୁ ଯାଇ କଟକଣା ଲଗାଇବା ସପକ୍ଷରେ ସେ ନାହାନ୍ତି ବୋଲି ଲେଖିଛନ୍ତି । ଯଦି ଲୋକ କମ ବାକ ସ୍ୱାଧୀନତା ଚାହାନ୍ତି ତେବେ ସରକାରଙ୍କୁ କହିବା ଉଚିତ ଏହିଭଳି ଆଇନ ଅଣାଯାଉ । ତେଣୁ ଆଇନ ବାହାରକୁ ଯିବାର ଅର୍ଥ ହେଉଛି । ଲୋକଙ୍କ ଇ୍ଚ୍ଚା ବିରୋଦ୍ଧରେ କାମ କରିବା ।

ମଙ୍ଗଳବାର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ୪୪ ବିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩ ଲକ୍ଷ ୩୬ ହଜାର କୋଟିରେ କିଣିଛନ୍ତି ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ । ଏବଂ ଟୁଇଟର କିଣିବା ପଛର କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫ୍ରିଡମ ଅଫ ସ୍ପିଚ ପ୍ରତି ବିପଦ ଥିବା କହିଥିଲେ ଏଲନ ମସ୍କ । ଏହାପରେ ସେ ଏକ ଟୁଇଟ କରି ଲେଖିଥିଲେ, ଫ୍ରି ସ୍ପିଚ ଲୋକତନ୍ତ୍ରର ଆଧାର ଅଟେ । ଟୁଇଟର ଏକ ଡିଜିଟାଲ ଟାଉନ ଅଟେ ଯେଉଁଠି ମାନବତାର ଭବିଷ୍ୟକୁ ନେଇ ଅନେକ ଆଲୋଚନା ହୋଇଥାଏ । ଏଲନଙ୍କ ଏଭଳି ଟୁଇଟ ଟୁଇଟରରେ ଝଡ ସୃଷ୍ଟି କରିଥିଲା । ସୋସିଆଲ ମିଡିଆରେ ବାକ ସ୍ୱାଧୀନତା ଟ୍ରୋଲର ମାନଙ୍କୁ ଲାଇସଂସ ଦେବ । ଯାହାଦ୍ୱାରା ବଡ ସମସ୍ୟା ସୃଷ୍ଟି ହେବ ବୋଲି ୟୁଜର ମାନେ କହିଥିଲେ । ବୁଧବାର ଏଲନ ମକ୍ସ ଏକ ଟୁଇଟ କରି ଏହାର ସ୍ପଷ୍ଟି କରଣ ରଖିଛନ୍ତି ।

୨୦୦୬ରେ ଟୁଇଟର ଆରମ୍ଭ ହୋଇଥିଲା । ଜାକ୍ ଡୋରସି ତାଙ୍କର ଅନ୍ୟ ତିନି ବନ୍ଧୁଙ୍କ ସହ ମିଶି ଏହା ଆରମ୍ଭ କରିଥିଲେ । ଏବଂ ୩ ଲକ୍ଷ ୩୬ ହଜାର କୋଟିରେ କିଣିଛନ୍ତି ବିଶ୍ୱର ସବୁଠୁ ଧନୀ ଏଲନ ମସ୍କ ।