ଇଂଟରଭିୟୁରେ ଯୁବକଙ୍କୁ ପଚରା ଗଲା ଅଜବ ପ୍ରଶ୍ନ- ଏଭଳି କେଉଁ ସ୍ଥାନ ରହିଛି, ଯେଉଁଠି ୩୦୦ ଲୋକ ତ ଯାଆନ୍ତି ସତ ହେଲେ ଫେରନ୍ତି ମାତ୍ର ୨୯୯

ଜଣେ ଲୋକ ୮ ଦିନ ବିନା ଦିନରେ କିପରି ରହିପାରିବ ?

718

ସାଧାରଣତଃ ଆଇଏଏସ ପରୀକ୍ଷାକୁ ସବୁଠାରୁ ବେଶି କଠିନ ତଥା ଜଟିଳ ପରୀକ୍ଷା ଭାବରେ ବିବେଚନା କରାଯାଇଥାଏ । ଯଦି ଆପଣ ଭାବୁଥିବେ କି ଆପଣ ଦିନ ରାତି ଉଜାଗର ରହି ପାଠପଢିଲେ ଏହି ପରୀକ୍ଷାରେ ସଫଳ ହୋଇଯିବେ ତେବେ ଏଭଳି ଭାବିବା ଆପଣଙ୍କର ସବୁଠାରୁ ବଡ ଭୁଲ । କାରଣ ଯଦି ବି ଆପଣ ରିଟିନ୍ ଟେଷ୍ଟରେ ପାସ୍ କରିଯାଆନ୍ତି ତେବେ ବି ଆପଣଙ୍କୁ ଇଂଟରଭିୟୁ ଦେବାକୁ ପଡିଥାଏ । ଯେଉଁଠି ସବୁଠାରୁ ବେଶୀ ଦରକାର ପଡିଥାଏ ଆପଣଙ୍କର ଆତ୍ମବିଶ୍ୱାସ ।

ଏହା ଏଭଳି ଏକ ପରୀକ୍ଷା, ଯେଉଁଥିରେ ଦୁନିଆର ସବୁଠୁ ଭଲ ବା ଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇଥାଏ । ଏଥିପାଇଁ ହେଉଥିବା ଇଂଟରଭିୟୁରେ ଏଭଳି ଅନେକ ପ୍ରଶ୍ନ କରାଯାଇଥାଏ, ଯେଉଁଥିରେ ଆଚ୍ଛା ଆଚ୍ଛା ଲୋକଙ୍କର ବି ହୋସ୍ ଉଡିଯାଏ । ତେବେ ସେହିଭଳି ହିଁ ଏକ ପ୍ରଶ୍ନ ଆଜି ଆମେ ଆପଣଙ୍କୁ ପଚାରୁଛୁ , ଯାହାକି ଏହି ପରୀକ୍ଷାରେ ପଚରା ଯାଇଥିଲା । ଇଂଟରଭିୟୁରେ ପଚରାଯାଇଥିଲା କି, ଟ୍ୟୁବ୍ ଲାଇଟକୁ ହିନ୍ଦୀରେ କଣ କୁହାଯାଏ ? ଏବେ ଆପଣ ବି ଭାବୁଥିବେ କି ଟ୍ୟୁବ୍ ଲାଇଟକୁ ହିନ୍ଦୀରେ କଣ କୁହାଯାଏ ବୋଲି ନା ? କଣ ଆପଣଙ୍କ ପାଖରେ ଏହି ପ୍ରଶ୍ନର ଉତ୍ତର ଅଛି ? ଯଦି ନା ତେବେ କିଛି କଥା ନାହିଁ , ଏହି ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ କହିଦେଉଛୁ । ତେବେ ଏହାର ଉତ୍ତର ହେଲା, “ପ୍ରକାଶ ନଳୀ” । ଏଠାରେ ଆମେ କହି ରଖୁଛୁ କି, ଆଇଏଏସ ପରୀକ୍ଷା ପାଇଁ ପ୍ରତିବର୍ଷ ଅନେକ ସଂଖ୍ୟକ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇଥାନ୍ତି ଆଉ ପରୀକ୍ଷା ମଧ୍ୟ ଦେଇଥାନ୍ତି ମାତ୍ର ଖୁବ୍ କମ ଲୋକ ହିଁ ଏଥିରେ ସଫଳ ହୋଇ ପାରିଥାନ୍ତି ।

ସେହିପରି ଆମେ ନିମ୍ନରେ ଏଭଳି କିଛି ପ୍ରଶ୍ନ ଓ ଉତ୍ତର ସଂପର୍କରେ ଆଲୋଚନା କରିଛୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ…

• ପ୍ରଶ୍ନ- ଆପଣ ସକାଳୁ ଉଠିଲେ ଏବଂ ଜାଣିବାକୁ ପାଇଲେ କି ଆପଣ ଗର୍ଭବତୀ ଅଟନ୍ତି । ତେବେ ସର୍ବ ପ୍ରଥମେ ଆପଣ କଣ କରିବେ ?

ଉତ୍ତର- ଏହା ଜାଣିବା ପରେ ମୁଁ ବହୁତ ଖୁସି ହେବି ଏବଂ ସର୍ବ ପ୍ରଥମେ ଏସଂପର୍କରେ ଯାଇ ନିଜ ସ୍ୱାମୀଙ୍କୁ ଜଣାଇବି ଓ ସେଲିବ୍ରେଟ୍ କରିବି ।

• ପ୍ରଶ୍ନ-ଦୁଇ ଜାଆଁଳା ଶିଶୁ ଆଦର୍ଶ ଏବଂ ଅନୁପମ ମଇ’ରେ ଜନ୍ମ ହୋଇଥିଲେ , କିନ୍ତୁ ସେମାନଙ୍କ ଜନ୍ମଦିନ ଜୁନ’ରେ ଅଟେ । ଏହା କିପରି ସମ୍ଭବ?

ଉତ୍ତର-କାରଣ, ‘ମଇ’ ଏକ ସ୍ଥାନର ନାଁ ।

• ପ୍ରଶ୍ନ- ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ ଏବଂ ୪ଟି କମଳା ଓ ଅନ୍ୟ ହାତରେ ୪ଟି ସେଓ ଓ ୩ଟି କମଳା ରହିଛି । ତେବେ ଆପଣଙ୍କ ନିକଟରେ କଣ ଅଛି ?

ଉତ୍ତର- ବହୁତ ବଡ ହାତ ।

• ପ୍ରଶ୍ନ- ଇଂଟରଭିୟୁର ପ୍ରାର୍ଥୀଙ୍କ ପାଇଁ ଗୋଟିଏ କପ୍ କଫି ମଗାଇଲେ । କଫି କପଟି ପ୍ରାର୍ଥୀ ଆଗରେ ରଖି ପଚରାଗଲା କି ‘ୱାଟ୍ ଇଜ୍ ବିଫୋର୍ ୟୁ’ ?

ଉତ୍ତର- ପ୍ରାର୍ଥୀ ଜଣକ ଟି’ରେ ନିଜର ଉତ୍ତର ଦେଲା । ଯେବେକି ଇଂଟରଭିୟୁର ପଚାରିଥିଲେ କି ୟୁ’(ଆଲଫାବେଟ୍) ପୂର୍ବରୁ କଣ ଅଟେ ବୋଲି ? ତେବେ ୟୁ’ ପୂର୍ବରୁ ଟି (ଆଲଫାବେଟ୍) ଆସିଥାଏ । ତେଣୁ ଏଥିପାଇଁ ପ୍ରାର୍ଥୀ ଜଣକ କହିଥିଲା ଚା’ ।

• ପ୍ରଶ୍ନ- ଜଣେ ଲୋକ ୮ ଦିନ ବିନା ଦିନରେ କିପରି ରହିପାରିବ ?

ଉତ୍ତର- କାରଣ, ସେ ରାତିରେ ଶୋଇଥାଏ ।

• ପ୍ରଶ୍ନ- ଯଦି ୮ ଜଣ ଲୋକ କାନ୍ଥ ନିର୍ମାଣ ପାଇଁ ୧୦ ଘଂଟା ସମୟ ନେଇଥାନ୍ତି ତେବେ ୪ ଜଣ ଲୋକଙ୍କୁ ଏହି କାନ୍ଥକୁ ନିର୍ମାଣ ପାଇଁ କେତେ ସମୟ ଲାଗିବ ?

ଉତ୍ତର- କାନ୍ଥ ପୂର୍ବରୁ ହିଁ ନିର୍ମାଣ ହୋଇସାରିଛି ,ତେବେ ତାଙ୍କୁ ସମୟର କୌଣସି ଆବଶ୍ୟକତା ପଡିବ ନାହିଁ ।

• ପ୍ରଶ୍ନ- ଗୋଟିଏ ବିରାଡିର ୩ଟି ପିଲା ଅଛି । ସେମାନଙ୍କର ନାଁ ଜାନୁଆରୀ, ଫେବୃଆରୀ ଏବଂ ମାର୍ଚ୍ଚ ଅଟେ ତେବେ ବିରାଡିଟିର ନାଁ କଣ ଅଟେ ?

ଉତ୍ତର- ତେବେ ଏହାର ଉତ୍ତର ଏହାର ପ୍ରଶ୍ନରେ ହିଁ ରହିଛି । ବିରାଡିଟିର ନାଁ ହେଉଛି ‘କଣ’ ।

• ପ୍ରଶ୍ନ- ଜେନ୍ସ ବଣ୍ଡଙ୍କୁ ବିନା ପାରାସୁଟରେ ଏକ ପ୍ଲେନରୁ ବାହାର କରିଦିଆଯାଏ । କିନ୍ତୁ ସେ ବଂଚି ଯାଆନ୍ତି, କେମିତି ?

ଉତ୍ତର- କାରଣ, ସେ ସମୟରେ ପ୍ଲେନଟି ରନୱେରେ ଥିଲା ।

• ପ୍ରଶ୍ନ- ନାଗ ପଂଚମିର ଅପୋଜିଟ୍ କଣ ହେବ ?

ଉତ୍ତର- ନାଗ ମୋତେ ପଂଚ କରି ପାରିବ ନାହିଁ ।

• ଏଭଳି କେଉଁ ସ୍ଥାନ ରହିଛି, ଯେଉଁଠାକୁ ଯାଆନ୍ତି ତ ୩୦୦ ଲୋକ ହେଲେ ଫେରନ୍ତି ମାତ୍ର ୨୯୯?
ଉତ୍ତର- ଶ୍ମଶାନ ଘାଟ