ସଂସଦ ଅଧିବେଶନ ଭଳି ଓଡିଶା ବିଧାନସଭାରେ ରହିନପାରେ ପ୍ରଶ୍ନକାଳ । କରୋନା ସଂକ୍ରମଣ ପାଇଁ କାଂଟଛାଂଟ କରିବାକୁ ହଟାଯାଇପାରେ ପ୍ରଶ୍ନକାଳ : ପ୍ରସ୍ତାବକୁ ବିରୋଧୀଙ୍କ ବିରୋଧ

106

କନକ ବ୍ୟୁରୋ : ସଂସଦୀୟ ଢାଂଚାରେ ବସିବ ବିଧାନସଭାର ମୌସୁମୀ ଅଧିବେଶନ । କେବେ ବସିବ ବିଧାନସଭା ସେନେଇ ଖୁବ ଶ୍ରୀଘର ତାରିଖ ଧାର୍ଯ୍ୟ କରାଯିବ । ତେବେ ବିଧନାସଭା ଅଧିବେଶନରେ ପ୍ରଶ୍ନକାଳ ରହିନପାରେ । କରୋନା ସଂକ୍ରମଣ ବଢୁଥିବାରୁ କାଂଟଛାଂଟ କରି ବିଧାନସଭା ଚାଲିବା ପାଇଁ ନିଷ୍ପତି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ବିଧାନସଭା ଅଧିବେଶନରେ ପ୍ରଶ୍ନକାଳ ରହିନପାରେ । ଅନ୍ୟପଟେ ନିଷ୍ପତି ହୋଇନଥିଲେ ମଧ୍ୟ ଏହି ପ୍ରସ୍ତାବକୁ ଜୋରଦାର ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ବିଜେପି କହିଛି, ବିଧାନସଭାରେ ପ୍ରଶ୍ନକାଳ ହେଉଛି ମେରୁଦଣ୍ଡ, ଏହାକୁ ସଂପୂର୍ଣ୍ଣ ବନ୍ଦ ନକରି ସୀମିତ ରଖାଯାଉ ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ବିଧାନସଭାରେ ପ୍ରଶ୍ନକାଳ ନରହିଲେ ବିଧାନସଭା ଅଧିବେଶନ ଚାଲିବାର ମୂଲ୍ୟନାହିଁ । ତୁରନ୍ତ ବାଚସ୍ପତି ସର୍ବଦଳୀୟ ବୈଠକ ଡାକନ୍ତୁ । ଅନ୍ୟପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ସଂସଦୀୟ ଢାଂଚାରେ ଅଧିବେଶନ ଚାଲିବ । ପ୍ରଶ୍ନକାଳ ରହିବ ନା ରହିବ ନାହିଁ ସେନେଇ ବାଚସ୍ପତି ନିଷ୍ପତି ନେବେ ।