ମାଟ୍ରିକ୍ ପରୀକ୍ଷା ପୂର୍ବରୁ ପୁଣି ପ୍ରଶ୍ନପତ୍ର ଭାଇରାଲ: ସୋସିଆଲ ମିଡିଆରେ ଘୁରି ବୁଲୁଛି ଇତିହାସ ଓ ରାଜନୀତି ବିଜ୍ଞାନର ପ୍ରଶ୍ନପତ୍ର

2,419

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ । ଆଜି ମାଟ୍ରିକ ପରୀକ୍ଷାରେ ଇତିହାସ ଓ ରାଜନୀତି ବିଜ୍ଞାନ ପରୀକ୍ଷା ରହିଛି । ହେଲେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅଭିଯୋଗ ଆସିଛି । ହେଲେ ଭାଇରାଲ ହେଉଥିବା ପ୍ରଶ୍ନ ପତ୍ର ଆଜି ହେଉଥିବା ପରୀକ୍ଷାର ନାଁ ନୁହେଁ ସ୍ପଷ୍ଟ ହୋଇନାହିଁ ।

ମେଟ୍ରିକ୍ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ଓ ସ୍ୱଚ୍ଛ ଭାବେ କରାଯିବାକୁ ଯଥେଷ୍ଟ ପନ୍ଥା ଗ୍ରହଣ କରାଯାଉଛି । ତଥାପି ପ୍ରତିବର୍ଷ କିଛି ନା କିଛି ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହେଉଛି । ଆଜି ଦୁଇଟି ପେପର ଲିକ୍ ହେଉଥିବା ଖବର ଆସିଥିଲେ ବି ଏହାର ସ୍ପଷ୍ଟତା ଜଣାପଡିନାହିଁ । ତେବେ ପରୀକ୍ଷା ପୂର୍ବରୁ ମୋବାଇଲରୁ ମୋବାଇଲ ଦୁଇଟି ପେପର ଘୁରିବୁଲୁଥିବା କୁହାଯାଉଥିବାବେଳେ ଏଯାଏଁଁ ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ସ୍ପଷ୍ଟ କରିନାହିଁ ।