ଅଧାରେ ଅଟକୁଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା: ଅଧାରୁ କାମ ଛାଡି ଠିକାଦାର ଅନ୍ୟ ବିଭାଗରେ କାମ କରୁଥିବା ଗୃହରେ ଅଭିଯୋଗ ଆଣିଲେ ବିଧାୟକ; ମନ୍ତ୍ରୀ କହିଲେ, ଖୁବ୍ ଶୀଘ୍ର ନିଆଯିବ କାର୍ଯ୍ୟାନୁଷ୍ଠାନ

478

କନକ ବ୍ୟୁରୋ: କଳାତାଲିକାଭୁକ୍ତ ହେବେ ଠକ ଠିକାଦାର । ଅଧପନ୍ତରିଆ ରହୁଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଅଧାରୁ କାମ ଛାଡି କଂଟ୍ରାକ୍ଟର ଅନ୍ୟ ବିଭାଗରେ କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁମାନେ ନିମ୍ନମାନର କାମ କରୁଛନ୍ତି ଓ କାମ ଅଧା ପକାଇ ପଳାଉଛନ୍ତି ସେହି କଂଟ୍ରାକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କୁ କଳା ତାଲିକା ଭୁକ୍ତ କରାଯିବ ବୋଲି କହିଛନ୍ତି । ୧୭ ହଜାର ୭୯ ଗାଁକୁ ରାସ୍ତା ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏଥିରେ ୧୬ ହଜାର ୨୪୧ ଗାଁକୁ ରାସ୍ତା କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ୮୨୯ ଗାଁରେ ରାସ୍ତା କାମ ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି ।

Comments are closed.