କନକ ବ୍ୟୁରୋ: କଳାତାଲିକାଭୁକ୍ତ ହେବେ ଠକ ଠିକାଦାର । ଅଧପନ୍ତରିଆ ରହୁଛି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା । ଅଧାରୁ କାମ ଛାଡି କଂଟ୍ରାକ୍ଟର ଅନ୍ୟ ବିଭାଗରେ କାମ କରୁଥିବା ବିଧାନସଭାରେ ଅଭିଯୋଗ ଆଣିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ । ତେଣୁ ଠକ ଠିକାଦାରଙ୍କୁ କଳା ତାଲିକା ଭୁକ୍ତ କରିବାକୁ ଦାବି କରିଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ ।
ସେପଟେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ଯେଉଁମାନେ ନିମ୍ନମାନର କାମ କରୁଛନ୍ତି ଓ କାମ ଅଧା ପକାଇ ପଳାଉଛନ୍ତି ସେହି କଂଟ୍ରାକ୍ଟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କୁ କଳା ତାଲିକା ଭୁକ୍ତ କରାଯିବ ବୋଲି କହିଛନ୍ତି । ୧୭ ହଜାର ୭୯ ଗାଁକୁ ରାସ୍ତା ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏଥିରେ ୧୬ ହଜାର ୨୪୧ ଗାଁକୁ ରାସ୍ତା କରିବାକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ୮୨୯ ଗାଁରେ ରାସ୍ତା କାମ ଚାଲୁ ରହିଥିବା ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/OHAKA-1.jpg)
/kanak/media/post_attachments/wp-content/uploads/2019/11/Screen-Shot-2019-11-26-at-12.18.08-PM-300x225.png)