ନବୀନ ନିବାସ କବଜାରେ ସରକାରୀ ଜାଗା । ଜବରଦଖଲ ମୁକ୍ତ କରି ଫେରାଇ ଆଣିପାରିବେ କି ମୋହନ ସରକାର?

Advertisment
ନବୀନ ନିବାସ କବଜାରେ ସରକାରୀ ଜାଗା । ଜବରଦଖଲ ମୁକ୍ତ କରି ଫେରାଇ ଆଣିପାରିବେ କି ମୋହନ ସରକାର?

କନକ ବ୍ୟୁରୋ: କେବେ ମୁକ୍ତ ହେବ ନବୀନ ନିବାସ ଅଧିକୃତ ସରକାରୀ ଜାଗା? ରାସ୍ତା  ସମ୍ପ୍ରସାରଣ , ପାର୍କିଂ ନାଁରେ କବଜା କରାଯାଇଛି ସରକାରୀ ଜମି । ଏହାକୁ ଫେରାଇ ଆଣିପାରିବେ କି ମୋହନ ସରକାର? ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ପାଖ ଜାଗାକୁ ନେଇ ଉଠିଲାଣି ପ୍ରଶ୍ନ ।

କେବେ ମୁକ୍ତ ହେବ ନବୀନ ନିବାସ ଅଧିକୃତ ସରକାରୀ ଜମି? ମୋହନ ସରକାର କି ପଦକ୍ଷେପ ନେବେ? ସରକାରୀ ଜାଗା ଫେରାଇ ଲୋକଙ୍କୁ ନ୍ୟାୟ ଦେବେକି ନବୀନ ପଟ୍ଟନାୟକ? ଏୟାରପୋର୍ଟ ଅଥରିଟି ସହ ହୋଇଥିବା ଛଳନାର ହିସାବ ହେବ କି? ଏସବୁ ଏବେକାର ଘଟଣା ନୁହେଁ, ୨୦୧୬ର ଏହା ହେଉଛି କଥା । ନବୀନ ନିବାସ ଚାରିପଠେଟ ଥିବା ଜମିରୁ ଅଧିକାଂଶ ସରକାରୀ ଜାଗା । ଏହାକୁ ନେଇ ୨୦୧୬ରେ ବିବାଦ ମୁଣ୍ଡ ଟେକିଥିଲା । କିନ୍ତୁ ବର୍ତ୍ତମାନ ପୁଣି ଏନେଇ ପ୍ରଶ୍ନ ଉଠୁଛି ।

ସୂଚନା ମୁତାବକ, ପୂର୍ବରୁ ନବୀନ ନିବାସ ଆଗରେ ସର୍ବସାଧାରଣଙ୍କ ପାଇଁ ରାସ୍ତା ରହିଥିଲା କିନ୍ତୁ ୨୦୧୬ରେ ନବୀନ ନିବାସର ପାର୍କିଂ ପାଇଁ ଏହି ରାସ୍ତାକୁ ଜବରଦଖଲ କରାଗଲା । ସୁରକ୍ଷା ନାଁରେ ନବୀନ ନିବାସ ନାଁରେ ଏବେ ଅନେକ ସରକାରୀ ଜମି ରହିଛି । ରାସ୍ତା ପ୍ରଶସ୍ତିକରରଣ ନାଁରେ ମଧ୍ୟ ଜମି କେଳେଙ୍କାରୀ ହୋଇଥିବା ଅଭିଯୋଗ ରହିଛି । ନବୀନ ନିବାସ ସାମ୍ନାରେ ଏୟାରପୋର୍ଟ ଅଥରିଟିର ପାଚେରୀ ଥିଲା, ଯାହାକୁ  ଭଙ୍ଗାଯାଇ ନବୀନ ନିବାସ ନାଁରେ କରାଗଲା । ପାଖାପାଖି ଦେଢ ଏକର ଜାଗାକୁ ଜବରଦଖଲ କରାଗଲା । ଏବେ ପ୍ରଶ୍ନ ନୂଆ ବିଜେପି ସରକାର ଏହି ଜମିକୁ ଫେରାଇ ଆଣିବେ କି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe