ଏକା ଏକା ଅପରାଜିତା । ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା ! ଉଠିଲା ପ୍ରଶ୍ନ ରାଜ୍ୟ ବିଜେପିରେ ଚାଲିଛି କଣ ।

ଏକା ଏକା ଅପରାଜିତା । ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା ! ଉଠିଲା ପ୍ରଶ୍ନ ରାଜ୍ୟ ବିଜେପିରେ ଚାଲିଛି କଣ ।

କନକ ବ୍ୟୁରୋ : ଅପରାଜିତା ଷଡଙ୍ଗୀ ଅବିଭକ୍ତ କୋରାପୁଟରେ ରାଲି ଓ ସଭା କରିବା ପରେ ରାଜ୍ୟ ବିଜେପି ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର । ଦଳୀୟ ସଙ୍ଗଠନର ବଡ ନେତାଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର ସାଂସଦ କରିଥିବା ଏହି କାର୍ଯ୍ୟକ୍ରମ ଦଳୀୟ ରାଜନୀତିର ଭିନ୍ନ ଏକ ଦିଗକୁ ସାମ୍ନାକୁ ଆଣିଛି । ଅପରାଜିତା କହିଛନ୍ତି, ସମସ୍ତେ ଏଥିରେ ସାମିଲ ହୋଇଥିଲେ ହେଲେ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ କିନ୍ତୁ ଭିନ୍ନ କଥା କହୁଛି । ପ୍ରଶ୍ନ ଉଠୁଛି ରାଜ୍ୟ ବିଜେପିରେ ସବୁକିଛି ଠିକ ଚାଲିଛି ତ ?

ଏକା ଏକା ଅପରାଜିତା । ସାଂସଦଙ୍କ ରାଲିରେ ନାହାନ୍ତି ଅନ୍ୟ ନେତା! ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଯାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଦଳର ସେ ଜାତୀୟ ମୁଖପାତ୍ର, ହେଲେ ସାରା ରାଜ୍ୟରେ ସେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଏବଂ ପଦଯାତ୍ରା କରି ଦଳ ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଥିବା କଥା କହୁଛନ୍ତି । ହେଲେ ବଡ କଥା ହେଉଛି, ଜିଲ୍ଲା ସ୍ତରରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବଡ ନେତାଙ୍କୁ ଦେଖିବାକୁ ମିଳୁନାହିଁ । ଆଉ ଯେତେବେଳେ ଏକଥା ସାଂସଦଙ୍କୁ ପଚରାଯାଇଥିଲା, ସେ ସ୍ପଷ୍ଟ ଭାବେ କିଛି ଉତ୍ତର ଦେଇନଥିଲେ ।

ବିଜେପିର ଜିଲ୍ଲା ନେତାଙ୍କୁ ଯେତେବେଳେ ଅପରାଜିତାଙ୍କ ରାଲି ବାବଦରେ ପଚରା ଯାଇଥିଲା, ସେତେବେଳେ ସେମାନେ କହିଥିଲେ, ରାଜ୍ୟ ନେତୃତ୍ୱଙ୍କ ନିକଟରୁ କିଛି ନିର୍ଦ୍ଦେଶ ଆସିନଥିବାରୁ କେହି ସେହି ରାଲିରେ ସାମିଲ ହୋଇନଥିଲେ । ମିଳିଥିବା ସୂଚନା ଅନୁସାରେ, ଅପରାଜିତାଙ୍କ ରାଲି ଏବଂ କାର୍ଯ୍ୟକ୍ରମରେ ସାମିଲ ନହେବାକୁ କୁଆଡେ ଦଳୀୟ ନେତା ଏବଂ ପଦାଧିକାରୀଙ୍କୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଦଳୀୟ ରାଜନୀତିରେ ବିବାଦୀୟ ସ୍ଥିତି ସୃଷ୍ଟି କରିଛି ।

ପିପିଲି ଉପ ନିର୍ବାଚନ ପରେ ଦଳ ଯେତେବେଳେ ନିଜ ସଂଗଠନର ସମୀକ୍ଷା କରିବା କଥା, କାହିଁକି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳ ପରାଜିତ ହୋଇଛି, ତାକୁ ନେଇ ଚର୍ଚ୍ଚା କରି ନୂଆ ରଣନୀତି ତିଆରି କରିବା ବଦଳରେ ଦଳର ତୁଙ୍ଗ ନେତା ଭିନ୍ନ ଭିନ୍ନ ଆଭିମୁଖ୍ୟ ରଖୁଛନ୍ତି । ପିପିଲି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନକ ପାଇଁ ପ୍ରଚାର କରିଥିବା ବେଳେ ଶେଷ ଦିନରେ ଅପରାଜିତା ଷଡଙ୍ଗୀ ମାତ୍ର ୨ ଘଂଟା ପାଇଁ ଯାଇଥିଲେ । ଯାହା ଦଳ ଭିତରେ ରଣନୀତିର ଅଭାବକୁ ଇଙ୍ଗିତ କରୁଥିଲା । ଆଉ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ ସମାନ କଥାକୁ ଦୋହରାଇଛନ୍ତି । ଅପରାଜିତା ବିଜେପି ପତାକା ଉଡାଇ ରାଲି କରୁଛନ୍ତି, ଯାହା ସ୍ପଷ୍ଟ ସଂକେତ ଦେଉଛି ଏହା ଦଳୀୟ କାର୍ଯ୍ୟକ୍ରମ ଥିଲା । ବୁଦ୍ଧିଜୀବିଙ୍କ ଆଲୋଚନା କରି ମତାମତ ବି ଲୋଡୁଥିଲେ । ହେଲେ ପ୍ରଶ୍ନ ଉଠୁଛି, ଏବାବଦରେ ରାଜ୍ୟ ନେତୃତ୍ୱ ଅବଗତ ଥିଲେ କି ନାହିଁ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe