ଅମିତଙ୍କ ଅଙ୍କ ଉପରେ ଚନ୍ଦନଙ୍କ ସନ୍ଦେହ । ଶାହାଙ୍କ ଭାଷାରେ, ବୋଧହୁଏ ଚନ୍ଦନ ମିତ୍ରଙ୍କ ବୟସ ଅଧିକ ହୋଇଗଲାଣି ।

86

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତର ପ୍ରମୁଖ ରାଜ୍ୟ ଦଖଲ କରିବାକୁ ପ୍ରସ୍ତୁତ କରୁଥିବା ରଣନୀତି ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପିର ବରିଷ୍ଠ ନେତା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଦୁଇ ଥର ରାଜ୍ୟସଭା ସାଂସଦ ଥିବା ଚନ୍ଦନ ମିତ୍ର ଜାତୀୟ ଗଣମାଧ୍ୟମରେ ଏଭଳି ଗୋଟିଏ ଲେଖା ଲେଖି ବିତର୍କ ଆରମ୍ଭ କରିଛନ୍ତି । ଓଡିଶାରେ ମିଶନ ୧୨୦ର ନାରା ଧରି କାର୍ଯ୍ୟ କରୁଥିବା ବିଜେପିର ଚାଣକ୍ୟଙ୍କ ଗଣିତ ଉପରେ ପ୍ରଶ୍ନବାଚୀ ତିଆରି ହୋଇଛି ।
1

ଜାତୀୟ ଗଣମାଧ୍ୟମ ଦି ହିନ୍ଦୁସ୍ଥାନ ଟାଇମ୍ସରେ ଚନ୍ଦନ ମିତ୍ର ଲେଖିଛନ୍ତି,

ଓଡ଼ିଶା ଓ ପଶ୍ଚିମବଙ୍ଗରେ କାମ କରିବ ନାହିଁ ବିଜେପିର ଜାତି ଧ୍ରୁବୀକରଣ ଫର୍ମୁଲା । ବିରୋଧୀ ମୁକ୍ତ ଭାରତ ଅଭିଯାନରେ ପୂର୍ବାଂଚଳର ଦୁଇ ରାଜ୍ୟ ବେଙ୍ଗଲ ଓ ଓଡ଼ିଶାରେ ପ୍ରତିବନ୍ଧକର ସାମନା କରିବ ବିଜେପି । କିଛି ଦକ୍ଷିଣ ରାଜ୍ୟରେ ମଧ୍ୟ ବିଜେପିର ସ୍ଥିତି ଭଲ ନାହିଁ, କିନ୍ତୁ ପୂର୍ବାଂଚଳରେ ତା’ ଅପେକ୍ଷା ବଡ଼ ଚ୍ୟାଲେଂଜ ରହିଛି, କାରଣ ଦୁଇ ଶକ୍ତିଶାଳୀ ଆଂଚଳିକ ନେତା ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କୁ ସାମନା କରିବାକୁ ପଡ଼ିବ । ଯେଉଁମାନଙ୍କ ଲୋକପ୍ରିୟତା କ୍ଷୟ ହେବା ଦେଖାଯାଉନାହିଁ, ଯଦିଓ ବିଭିନ୍ନ ବିବାଦରେ ସେମାନେ ଛନ୍ଦି ହୋଇଛନ୍ତି । ତେଣୁ ଯେତେବେଳେ ପୂର୍ବ ଭାରତରେ ବିଜୟ ପାଇଁ ରଣନୀତି ପ୍ରସ୍ତୁତି ହେଉଛି, ବିଜେପିର ଆଧିପତ୍ୟ ଥିବା ଉତ୍ତର ଭାରତ ଓ ପଶ୍ଚିମ ଭାରତ ଭଳି ରଣନୀତି ବଦଳାଇ ନୂଆ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ । ଯେହେତୁ ପୂର୍ବାଂଚଳରେ ଜାତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇନଥାଏ, ତେଣୁ ଉତ୍ତର ଭାରତ ଭଳି ବିଜେପିର ଜାତି ଫର୍ମୁଲା ଏଠାରେ କାମ କରିବ ନାହିଁ ।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶାରେ ୧୨୦ରୁ ଅଧିକ ଆସନରେ ଜିତିବା ନେଇ ଦୃଢୋକ୍ତି ଦେଖାଇବା ପରେ ଏଭଳି କଡା ଲେଖା ବିଜେପି କ୍ୟାମ୍ପକୁ ମଧ୍ୟ ବିଚଳିତ କରିଥିବା ଚର୍ଚ୍ଚା ହେଉଛି ।vlcsnap-2017-09-22-21h06m31s673 ଅମିତ ଶାହାଙ୍କ ଗଣିତକୁ ପରୋକ୍ଷରେ ଭୁଲ ବୋଲି ଇସାରା କରିଛନ୍ତି ଚନ୍ଦନ ମିତ୍ର । ସେ କହିଛନ୍ତି ଉଭୟ ତୃଣମୂଳ କଂଗ୍ରେସ ଓ ବିଜେଡି ଅଟଳବିହାରି ବାଜପାୟୀଙ୍କ ସରକାରରେ ଭାଗିଦାରୀ ଥିଲେ । ହେଲେ ୨୦୦୯ରେ ଏନଡିଏରୁ ବାହାରି ଆସି ଏକଲା ଚଲୋ ନୀତିରେ ବିପୁଳ ଜନ ସମର୍ଥନ ହାସଲ କରିଛନ୍ତି । ଲଗାତାର ଦୁଇଟି ନିର୍ବାଚନରେ ଜନମତ ପାଇ ସରକାର ଗଢିଛନ୍ତି । ୨୦୧୪ରେ ମୋଦିଙ୍କ ଲହରି ସାରା ଦେଶରେ ଚାଲିଥିବା ବେଳେ ପ୍ରଭାବିତ ହୋଇନାହିଁ ଦୁଇ ରାଜ୍ୟ ।
chandan-ka5--621x414@LiveMint

ଚନ୍ଦନ ମିତ୍ର ଆହୁରି ମଧ୍ୟ ଲେଖିଛନ୍ତି, ଦୁଇ ରାଜ୍ୟରେ ବିଜେପିର ଭୋଟ ଭାଗ ବଢିଛି । ହେଲେ ତୃଣମୂଳ କଂଗ୍ରେସ ଓ ବିଜେଡିର ବିକଳ୍ପ ଭାବେ ଦଳ ନିଜକୁ ଠିଆ କରିପାରିନାହିଁ । ୨୦୧୯ ନିର୍ବାଚନରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଓଡ଼ିଶାରେ ନିର୍ବାଚନ ହେବ । ମାତ୍ର କଡ଼ା ଟକ୍କର ପାଇଁ ଦଳ ଉଦ୍ୟମ କରିପାରେ । ଉଭୟ ପଶ୍ଚିମବଙ୍ଗ କିମ୍ବା ଓଡିଶାରେ ବିଜେପିର ବିଜୟ ଏଠାରେ ଏତେ ସହଜ ନୁହେଁ । ସିଧାସଳଖ ଭାବେ ଦଳୀୟ ଅଧ୍ୟକ୍ଷଙ୍କ ଗଣିତ ଓ ରଣନୀତିକୁ ସମାଲୋଚନା କରିଛନ୍ତି ଚନ୍ଦନ ମିତ୍ର ।

ଲେଖାକୁ ନେଇ ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । sameer-mohantyସାମ୍ବାଦିକଙ୍କ ସୂଚନା ଦେଇ କହିଛନ୍ତି,

ଚନ୍ଦନ ମିତ୍ରଙ୍କ ସନ୍ଦେହକୁ ଭୁଲ ପ୍ରମାଣିତ କରାଯିବ, ମିଶନ ୧୨୦କୁ ସାକାର ହେବ । ଚନ୍ଦନ ମିତ୍ର ହେଉଛନ୍ତି ପଶ୍ଚିମବଙ୍ଗର ବ୍ୟକ୍ତି, ସେହି ରାଜ୍ୟ ବାବଦରେ କହିଥିଲେ ଭଲ ହୋଇଥାନ୍ତା । ଓଡିଶାର ଭାଜପା କର୍ମକର୍ତ୍ତା ତାଙ୍କ ସନ୍ଦେହକୁ ଭୁଲ ପ୍ରମାଣିତ କରିବେ । ଚନ୍ଦନ ମିତ୍ରଙ୍କ ଦୀର୍ଘ ବର୍ଷ ହେବ ଓଡିଶା ସହ ସଂପର୍କ ନାହିଁ । ଭୋଟରଙ୍କ ମନ ପରିବର୍ତ୍ତନ ବାବଦରେ ବୋଧହୁଏ ତାଙ୍କ ପାଖରେ ତଥ୍ୟ ନାହିଁ । ପଂଚାୟତ ନିର୍ବାଚନରେ ବଡ ପରିବର୍ତ୍ତନର ସଂକେତ ଦେଇଛନ୍ତି ଭୋଟର । ଲେଖା ପ୍ରାୟୋଜିତ ହୋଇପାରେ ବୋଲି ଦଳ କହିଛି । ଶ୍ରେଷ୍ଠ ପ୍ରଶାସକଙ୍କ ଦଳର ଅର୍ଥାତ୍ ବିଜୁ ଜନତା ଦଳ ପ୍ରାୟୋଜିତ ଲେଖା ବାହାର କରିଥାଇପାରେ ବୋଲି ସମୀର ମହାନ୍ତି ଅଭିଯୋଗ ଆଣିଛନ୍ତି ।

ବିଜୁ ଜନତା ଦଳ ସମୟକୁ ସୁଯୋଗରେ ପରିଣତ କରିବାର ଅବସର ଛାଡିନାହିଁ । 651634211146564639154513082ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି,

ଯଦି ଚନ୍ଦନ ମିତ୍ରଙ୍କ ବକ୍ତବ୍ୟ ପ୍ରାୟୋଜିତ, ତେବେ ମିଶନ ୧୨୦ର କଥା କହୁଥିବା ଅମିତ ଶାହାଙ୍କ ବକ୍ତବ୍ୟ କାହା ପ୍ରାୟୋଜିତ? ଅମିତ ଶାହାଙ୍କ ବକ୍ତବ୍ୟ ଉପରେ ଚନ୍ଦନ ସନ୍ଦେହ ଦେଖାଇଛନ୍ତି । ଚନ୍ଦନ ମିତ୍ର ଓଡିଶା ସାଂଗଠନିକ ଦାୟିତ୍ୱରେ ଥିଲେ, ତେଣୁ ରାଜନୈତିକ ଚିତ୍ରକୁ ସେ ବେଶ ଭଲ ଭାବେ ବୁଝିଛନ୍ତି । ବାସ୍ତବତାକୁ ଅଧାର କରି ମତ ରଖିଛନ୍ତି ଚନ୍ଦନ ମିତ୍ର । ଲେଖା ପ୍ରାୟୋଜିତ ନେଇ ବିଜେପି ଯେଉଁ ଅଭିଯୋଗ ଆଣିଛି ତାହା ଭିତ୍ତିହୀନ । ନିଜ ଦଳର ସ୍ଥିତିକୁ ବିଜେପି ସଠିକ ଭାବେ ଅନୁଶୀଳନ କରୁ ବୋଲି ବିଜୁ ଜନତା ଦଳ କହିଛି ।
ତେବେ ବଡ କଥା ହେଉଛି, ଜଣେ ଜାତୀୟ ସ୍ତରର ନେତା ଚନ୍ଦନ ମିତ୍ର, ଅମିତ ଶାହାଙ୍କ ଗଣିତ ନେଇ ପ୍ରଶ୍ନ ଉଠାଇବା ପରେ ବିଜୁ ଜନତା ଦଳକୁ ମୈାକା ମିଳିଯାଇଛି । ଖାସ କରି ଯେତେବେଳେ ବିଜେଡି ସାଂସଦ ଦଳ ବିରୌଧୀ ଲେଖା ମାନ ଲେଖି ନବୀନଙ୍କୁ ବିଚଳିତ କରୁଥିଲେ, ଠିକ ସେତିକି ବେଳେ ସମାନ ଫର୍ମୁଲାରେ ଆଗକୁ ବଢିଛନ୍ତି ଅମିତ ଶାହା । ବିରୋଧୀ ବିଜେଡି ଏହାକୁ ପ୍ରସଙ୍ଗ କରି ସଫା ସଫା କହୁଛି, ଆଗ ନିଜ ଦଳରେ ଠିକ କରନ୍ତୁ, ଓଡିଶାରେ କେତେ ଆସନ ଜିତିବ ବିଜେପି ।

Trivandrum: BJP National President, Amit Shah arrives to pay floral tribute to great social reformer Shri Ayyankali ji's statue at Trivandrum on Saturday. PTI Photo(PTI6_3_2017_000168A)ଅମିତ ଶାହା ନିକଟରେ ତିନି ଦିନିଆ ଓଡିଶା ଗସ୍ତରେ ଆସି ବିଜେଡି ସୁପ୍ରିମୋଙ୍କୁ ସମାଲୋଚନା କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଅମିତ ଶାହା କହିଥିଲେ, ଗତ ୩ ବର୍ଷରେ କେନ୍ଦ୍ର ପାଖାପାଖି ୪ ଲକ୍ଷ କୋଟି ଟଙ୍କା ଦେଇଛି । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଓଡିଶାକୁ ଏତେ ସହାୟତା କେନ୍ଦ୍ରରୁ ଆସିଛି । ରାଜ୍ୟ ସରକାର ଅର୍ଥ ଲୋକଙ୍କ ପାଖରେ ପହଂଚାଇବାରେ ବିଫଳ ହୋଇଛନ୍ତି । ବିଜେପି ୧୨୦ ସିଟ ଜିତି ୨୦୧୯ରେ ରାଜ୍ୟରେ ସରକାର ଗଠନ କରିବ । ବିଗତ ବର୍ଷରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବିକାଶ କମ୍ ହୋଇଛି । ଯଦି ବିଜେଡି ବିକାଶ କରିପାରୁନି, ସତ୍ତାରେ ରହିବାର ଅଧିକାର ନାହିଁ । ଓଡିଶାରେ ମେଂଟ ନୁହେଁ ନିର୍ବାଚନ ଏକାକୀ ନିର୍ବାଚନ ଲଢି ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ଦେଖାଇଥିଲେ ଶାହା । ମାଗାଜିନରୁ ପୁରସ୍କାର ନେଲେ ବିକାଶ ହେବ ନାହିଁ ବୋଲି ନବୀନଙ୍କୁ କରିଥିଲେ କଟାକ୍ଷ। ୧୨୦ ମିଶନ ଯାହାକୁ ଅସମ୍ଭବ ଲାଗୁଛି, ତାଙ୍କ ବୟସ ଅଧିକ ହେଲାଣି ବୋଲି ବାଣ ମାରିଥିଲେ ଅମିତ ଶାହା ।

ଯଦି ବର୍ତ୍ତମାନ ଚନ୍ଦନ ମିତ୍ର ମିଶନ ୧୨୦କୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି, ଏହା ପଛରେ କଣ ତାଙ୍କର ବୟସ ଅଧିକା ହେବା ଏକ କାରଣ କି? 389982-amitସାଧାରଣରେ ଏହି ପ୍ରଶ୍ନ ଉଠିବ, କାହିଁକିନା ନବୀନ ପଟ୍ଟନାୟକ ଯେତେବେଳେ ଏହି ୧୨୦ ଆସନ ଉପରେ ସନ୍ଦେହ ପ୍ରକଟ କରିଥିଲେ, ସେତେବେଳେ ଅମିତ ଶାହା କହିଥିଲେ ଯେ ଯାହାର ବୟସ ଅଧିକ ହୋଇଛି, ତାଙ୍କୁ ଏହି ସଂଖ୍ୟା ଉପରେ ସନ୍ଦେହ ଆସିବ । ନବୀନ ପଟ୍ଟନାୟକଙ୍କୁ ୭୦ ବର୍ଷ ହୋଇଥିବା ବେଳେ ଚନ୍ଦନ ମିତ୍ରଙ୍କୁ ୬୧ ବର୍ଷ । ଦେଖିବାକୁ ଗଲେ ନବୀନଙ୍କ ଠାରୁ ଚନ୍ଦନ ବୟସରେ ସାନ । ସେହିଭଳି ଅମିତ ଶାହାଙ୍କ ବୟସ ୫୨ ବର୍ଷ । ସେ ଦୃଷ୍ଟିରୁ ହୁଏତ ଯାହା ଅମିତଙ୍କ ପାଇଁ ସମ୍ଭବ ତାହା ଅନ୍ୟମାନଙ୍କ ପାଇଁ ଅସମ୍ଭବ । ଏଭଳି କିଛି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ସୀମିତ ଅଙ୍କ ଆଉ ଅସୀମିତ ଆଶାରେ ରହିଛନ୍ତି ଓଡିଶାର ତମାମ ରାଜନୈତିକ ଦଳ । ୨୦୧୯ରେ କିଏ ଜିତିବ କେତେ ଆସନ ତାକୁ ନେଇ ବିତର୍କ ଜୋରଦାର ଚାଲିଛି । ବିଜେପିର ୧୨୦କୁ ଚାଲେଂଜ କରି ବିଜେଡି କହିଥିଲା ୧୨୩ ଆସନ ଜିତି ସରକାର ଗଠନ କରିବୁ । ସେହିଭଳି କଂଗ୍ରେସ କହିଥିଲା ଆମେ ଜିତିବୁ ୮୫ ଆସନ । ଓଡିଶାର ବିଧାନସଭା ଆସନ ସଂଖ୍ୟା ୧୪୭ ଥିବା ବେଳେ, କାହାର ସଂଖ୍ୟା ସଠିକ ହେବ ତାକୁ ନେଇ ଚାଲିଛି ଅଙ୍କକଷା । କିନ୍ତୁ ଜଣଙ୍କର ଯେ ଅଙ୍କ ଭୁଲ ଏହା, ଏହା ଥୟ ।
voting1ଭୋଟ୍ ଗଣିତ ଉପରେ ଏବେ ନଜର ପକାଇବା । ପଂଚାୟତ ନିର୍ବାଚନ ପରେ ରାଜ୍ୟରେ ୨ ନମ୍ବର ଦଳ ବିଜେପି । ରାଜ୍ୟ ରାଜନୀତିରେ ପ୍ରଥମେ ଥର ପାଇଁ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସିଛି । ସମୀକ୍ଷକଙ୍କ ମତ, ବିଜେଡି ପାଇଁ ବିଜେପି ଆଡୁ ଅଧିକ ବିପଦ ଅଛି । ପଂଚାୟତ ନିର୍ବାଚନରେ ଯଦିଓ ୪୭୩ ଆସନ ସହ ୧ ନମ୍ବର ସ୍ଥାନରେ ବିଜେଡି ରହିଲା ତେବେ ୨୦୧୨ ତୁଳନାରେ କିନ୍ତୁ ୨୫% ଆସନ ହରାଇଥିଲା ବିଜେଡି । ଅପରପକ୍ଷରେ ୨୯୭ ଆସନରେ ବାଜିମାତ୍ କଲା ବିଜେପି । ୨୦୧୨ ତୁଳନାରେ ବିଜେପି ୯ ଗୁଣା ଅଧିକ ଆସନ ପାଇଲା । ନିର୍ବାଚନରେ ମାତ୍ର ୬୦ ଆସନରେ ଜିତିଥିଲା କଂଗ୍ରେସ । ୨୦୧୨ ତୁଳନାରେ କଂଗ୍ରେସ ଅଧାରୁ ଅଧିକ ଆସନ ହରାଇଲା ।

cs-outstanding-pradhan-1-2-1_650_051816061633କନକ ନ୍ୟୁଜକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ କିଛି ଦିନ ଆଗରୁ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଜି ନିର୍ବାଚନ ହେଲେ ବିଜେପି ୧୨୦ ଆସନ ଜିତିବ । କୈାଣସି ବି ପରିସ୍ଥିତିରେ ବିଜେଡି ସହ ମେଂଟ ହେବନି । ଆଗାମୀ ନିର୍ବାଚନ ଓଡିଶାରୁ ଲଢି ରାଜ୍ୟର ପ୍ରତିନିଧିତ୍ୱ କରିବି ।ଅମିତ ଶାହା ଯେଉଁ ସଂଖ୍ୟା କୁହନ୍ତି, ତାହା ସତ ହୁଏ। ଉତ୍ତରପ୍ରଦେଶ ଏହାର ଉଦାହରଣ, ଓଡିଶାରେ ମଧ୍ୟ ସଫଳ ହେବ । ତେବେ ଦଳର ବରିଷ୍ଠ ନେତା ଚନ୍ଦନ ମିତ୍ର ଯିଏ ପୂର୍ବରୁ ଓଡିଶା ପ୍ରଭାରୀ ରହିସାରିଛନ୍ତି, ସେ ପ୍ରଶ୍ନ ଉଠାଇବା ପରେ ରାଜନୈତିକ ଝଡ ଆରମ୍ଭ ହୋଇଛି । ଖାଲି ଚନ୍ଦନ ମିତ୍ର ନୁହଁନ୍ତି, ପୂର୍ବରୁ ଏହି ସଂଖ୍ୟାକୁ ନେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ପ୍ରଶ୍ନ ଉଠାଇଥିଲେ । କେଉଁ ଆଧାରରେ ଦଳ ରାଜ୍ୟରେ ସଂଖ୍ୟା ପାଇବ ବୋଲି ସେ ପ୍ରଶ୍ନ କରିଥିଲେ । ପଂଚାୟତ ନିର୍ବାଚନ ପରେ ଉପ-ନିର୍ବାଚନରେ ଦଳ ହାରିଥିଲା, ନୁଆପଡାରେ ଅର୍ଥାତ୍ ରାଜ୍ୟ ସଭାପତିଙ୍କ ଜିଲ୍ଲାରେ ଦଳ ଖାତା ଖୋଲିପାରିଲା ନାହିଁ । ଏଭଳି ସ୍ଥିତିରେ ଦଳ କେମିତି ଜିତିବ ବୋଲି ପ୍ରଶ୍ନ ଉଠାଇଥଲେ ବିଜୟ ମହାପାତ୍ର । ଆଉ ଯାହାପରେ ବିଜେପି ରାଜ୍ୟଶାଖା ପକ୍ଷରୁ ତାଙ୍କୁ କଡା ଜବାବ ଦିଆଯାଇଥିଲା ।

ବିଜେଡି-ବିଜେପି ସଂପର୍କ ଉପରେ ଏବେ ନଜର ପକାଇବା ।୨୦୦୯ ପୂର୍ବରୁ ବିଜେପି-ବିଜେଡି ମେଂଟ ଭାଙ୍ଗିଥିଲା । ଆଉ ଏହି ସମୟରେ ଚନ୍ଦନ ମିତ୍ର ବିଜେପିର ଦୁତ ଭାବେ ଦିଲ୍ଲୀରୁ ଆସିଥିଲେ । BJD-BJPଦୁଇ ଦୁଇ ଥର ରାଜ୍ୟରେ ମେଂଟ ସରକାର ଥିଲା । ବିଜେପି ସହ ମେଂଟ କରି ବିଜେଡି ଆସିଥିଲା କ୍ଷମତାକୁ । ରାଜ୍ୟରେ ଏବେ ବିଜେଡିର ଶତ୍ରୁ ବିଜେପି । ପଂଚାୟତ ନିର୍ବାଚନରେ ବିଜେଡିକୁ ଟକ୍କର ଦେଇଛି ବିଜେପି । ନବୀନ, ମୋଦିଙ୍କ ଅନେକ ନିଷ୍ପତ୍ତିକୁ ଦେଇଛନ୍ତି ସମର୍ଥନ । ରାଷ୍ଟ୍ରପତି ନିର୍ବାଚନ ଠାରୁ ଜିଏସଟି ଯାଏଁ ସମର୍ଥନର ହାତ ବଢାଇଛନ୍ତି ନବୀନ । ବିମୁଦ୍ରାକରଣ ନିଷ୍ପତିକୁ ବି ନବୀନ ଦେଇଥିଲେ ସମର୍ଥନ । ଅତୀତର ସଂପର୍କ ଆଉ ବର୍ତ୍ତମାନର ତିକ୍ତତା ଭିତରେ ପ୍ରଭାବ ବିସ୍ତାର କରିଛି ସଂଖ୍ୟା ଗଣିତ । ବିଜେପି ମିଶନ ଓଡିଶା ଧରି ଆଗକୁ ବଢିବାକୁ ସବୁ ସ୍ତରରେ ରଣନୀତି ତିଆରି କରୁଛି । ପୂର୍ବ ଭାରତକୁ ଶକ୍ତି ବୃଦ୍ଧି କରିବାକୁ ଯୋଜନା କରୁଛି । ପଶ୍ଚିମରେ ଦୁର୍ବଳ ହେଉଥିବାରୁ ମିଶନ୍ ପୂର୍ବ ଭାରତ ଧରି କାମ କରୁଛନ୍ତି ଅମିତ ଶାହା । ହେଲେ ଓଡିଶାରେ ବିଜେପି ସାମ୍ନାରେ ନବୀନ ଚାଲେଂଜ ରହିଛି । ପଶ୍ଚିମବଙ୍ଗରେ ମଧ୍ୟ ମୋଦିଙ୍କ ସାମ୍ନାରେ ମମତା ଚାଲେଂଜ । ଯାହାକୁ ଖୋଲାଖୋଲି ସ୍ୱୀକାର କରିଛନ୍ତି ଚନ୍ଦନ ମିତ୍ର । ଏହାରି ଭିତରେ ନଜର ରହିବ ଚନ୍ଦନ ମିତ୍ରଙ୍କ ସନ୍ଦେହ ସତ ହେଉଛି ନା ବିଜେପି ଚାଣକ୍ୟଙ୍କ ଗଣିତ ।