କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ । କେବେ କେବେ କିଣା ଯାଇଥିଲା ଭ୍ୟାକ୍ସିନ ?

203

କନକ ବ୍ୟୁରୋ: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଜାରି ରହିଛି ଟିକାକରଣ । ହେଲେ କିଛି ସ୍ଥାନରେ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ରହିଛି । ତେବେ ଏହାର ମାମଲା ହେବ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି ମାମଲାରେ ସୁପ୍ରିମକୋର୍ଟ ଆଜି ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଟିକାକରଣ ନୀତି ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।

ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କ ପ୍ରଶ୍ନ କରିଛନ୍ତି କି, କେବେ କେବେ ଭ୍ୟାକ୍ସିନ କିଣାଯାଇଛି ତାର ପୂରା ବିସ୍ତୃତ ରିପୋର୍ଟ ଦିଅନ୍ତୁ ଆଉ ଶେଷ ପର୍ଯ୍ୟାୟରେ ଟିକାକରଣ କିଭଳି କରାଯିବ ତାର ମଧ୍ୟ ରିପୋର୍ଟ ଦେବାକୁ ପଡିବ ।