କନକ ବ୍ୟୁରୋ: ଦୁଇ ଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ଆଦିବାସୀ ଜମି କିଣାବିକା ପ୍ରସଙ୍ଗ । କୋଶଳୀ ଭାଷାରେ ହୋଇଥିଲ । ବିଧାନସଭାରେ ପ୍ରଶ୍ନୋତ୍ତର ।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ । ଆଉ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ଉତର ମଧ୍ୟ ଦେଲେ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ପରେ ହଟଗୋଳ ପରେ ଆଜି ବିଧାନସଭା ସୁରୁଖୁରୁରେ ଆରମ୍ଭ ହୋଇଥିଲା । ପ୍ରଥମେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିବା ପରେ କୋଶଳି ଭାଷାରେ ଉତର ରଖିଥିଲେ ମନ୍ତ୍ରୀ । ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/4-38.jpg)