ପିଏମଓକୁ ସେରମ୍ ଇନଷ୍ଟିଚ୍ୟୁଟ ମୁଖିଆଙ୍କ ପ୍ରଶ୍ନ । ପୁନାବାଲା ଟ୍ୱିଟ୍ କରି ପଚାରିଲେ, ସାରା ଦେଶରେ କରୋନା ଟିକା ଦେବା ପାଇଁ କେତେ ପ୍ରସ୍ତୁତ ସରକାର । ଆସନ୍ତା ବର୍ଷ ପାଇଁ ରହିଛି କି ୮୦ ହଜାର କୋଟି ଟଙ୍କା ।

424

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କୁ ପୁନାବାଲାଙ୍କ ପ୍ରଶ୍ନ । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ କୋଭିଡ୍ ଟିକା ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାବାଲା । ଦେଶର ୧୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ଦେଶ କେତେ ପ୍ରସ୍ତୁତ ସେନେଇ ସେ କରିଛନ୍ତି ପ୍ରଶ୍ନ ।

ଅନ୍ୟପଟେ ଦେଶରେ ବଢି ବଢି ଚାଲିଛି ସଂକ୍ରମଣ । ୧୦ଟି ରାଜ୍ୟରେ ଏବେ ସଂକ୍ରମଣ ବଢାଇଛି ଚିନ୍ତା । ଅନ୍ୟପକ୍ଷରେ ଦିଲ୍ଲୀ ଓ ମୁମ୍ବାଇ ଭଳି ପ୍ରମୁଖ ସହରରେ ସଂକ୍ରମଣ ହାର ଅଧିକ ରହିଛି । ବର୍ତ୍ତମାନ କରୋନା ଟିକା ଆସିଲେ ସଂକ୍ରମଣ କମିବ ବୋଲି କୁହାଯାଉଛି ।

ତେବେ ଦେଶରେ ଅସ୍କ ଭ୍ୟାକସିନ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା । ଏଯାଏଁ ଅକ୍ସଫୋର୍ଡ ଟିକାର ୩ ପର୍ଯ୍ୟାୟ ପରୀକ୍ଷଣ ଶେଷ ହୋଇଛି । ଅକ୍ଟୋବର, ନଭେମ୍ବର ସୁଦ୍ଧା ଟୀକା ଭାରତ ଆସିପାରେ ବୋଲି କୁହାଯାଉଥିଲା ।