ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଜାରି କଲା କୋଶ୍ଚିନ ବ୍ୟାଙ୍କ । ସିବିଏସଇ ଓ ଆଇସିଏସଇ ବୋର୍ଡ ଢାଞ୍ଚାରେ ଆଣିଲା କୋଶ୍ଚିନ ବ୍ୟାଙ୍କ । ପରୀକ୍ଷା ପ୍ରସ୍ତୁତିରେ ହେବ ସହାୟକ

84

କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ପ୍ରଥମ ଥର ଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରକାଶ କଲା କୋଶ୍ଚିନ ବ୍ୟାଙ୍କ । ପରୀକ୍ଷାର୍ଥୀ କୋଶ୍ଚିନ ବ୍ୟାଙ୍କରୁ ପ୍ରଶ୍ନ ନେଇ ପରୀକ୍ଷା ପାଇଁ ପ୍ରସ୍ତୁତି କରିପାରିବେ ।

ସିବିଏସଇ ଓ ଆଇସିଏସଇ ବୋର୍ଡ ପକ୍ଷରୁ ପ୍ରତିବର୍ଷ କୋଶ୍ଚିନ ବ୍ୟାଙ୍କ ଜାରି କରାଯାଇଥାଏ । ଏବେ ସେହି ଢାଞ୍ଚାରେ କୋଶ୍ଚିନ ବ୍ୟାଙ୍କ ଜାରି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ସିଏଚଏସଇଓଡିଶା ଡଟ୍ ଏନଆଇସି ଡଟ ଇନ୍ ୱେବସାଇଟରେ କୋଶ୍ଚିନ ବ୍ୟାଙ୍କ ଉପଲବ୍ଧ ଅଛି । ପ୍ରଥମ ପର୍ଯ୍ୟାୟରେ ଫିଜିକ୍ସ, କେମେଷ୍ଟ୍ରି , ଗଣିତ ଓ ବାୟୋଲଜି ବିଷୟରେ ପ୍ରଶ୍ନ ଉପଲବ୍ଧ ହେଉଛି । ପରବର୍ତୀ ପର୍ଯ୍ୟାୟରେ ଅନ୍ୟ ବିଷୟରେ ପ୍ରଶ୍ନ ଅପଲୋଡ କରାଯିବ । କୋଶ୍ଚିନ ବ୍ୟାଙ୍କ ନେଇ ପିଲାମାନଙ୍କୁ ସଚେତନ କରିବାକୁ ସବୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ସିଏଚଏସଇ ପକ୍ଷରୁ ଚିଠି କରାଯାଇଛି ।