କନକ ବ୍ୟୁରୋ: ବାଂଲାଦେଶରେ ବଡ ବିଦ୍ରୋହ। ସଂରକ୍ଷଣ ବିରୋଧୀ ଛାତ୍ର ଆନ୍ଦୋଳନ ପାଇଁ ଶେଖ ହସିନାଙ୍କ ହାତରୁ ଏବେ ଶାସନ ଯାଇ ସେନା ହାତକୁ ଆସିଛି ଦେଶ ଶାସନ କମାଣ। ଶେଖ୍ ହସିନାଙ୍କୁ ଦେଶ ଛାଡିବାକୁ ମାତ୍ର ୧୫ ମିନିଟ୍ ସମୟ ଦେଇଥିଲା ସେନା। ବାଂଲାଦେଶର ରାଜନୈତିକ ଅସ୍ଥିରତାରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ସେନା ମୁଖିଆ ଅନ୍ତରୀଣ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସବୁ ଦଳ ସହ ଆଲୋଚନା କରି ଅନ୍ତରୀଣ ସରକାର ଗଢିବାକୁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି। ବାଂଲାଦେଶରେ ଏଭଳି ସ୍ଥିତି ପାଇଁ ଶେଖ ହସିନାଙ୍କୁ ସିଧାସଳଖ ଦାୟୀ କରିଛନ୍ତି ବାଂଲାଦେଶର ଜଣାଶୁଣା ଲେଖିକା ତଥା ସାମାଜିକ କର୍ମୀ ତସଲିମା ନସରିନା। ଅନ୍ୟପଟେ ଶେଖ ହାସିନା ବାଂଲାଦେଶ ଛାଡିବା ସହ ଭାରତରେ ୨୦ ଘଣ୍ଟାରୁ ଅଧିକ ସମୟ ଧରି ରହିଛନ୍ତି। ଶେଖ ହସିନାଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବାଂଲାଦେଶରେ ସ୍ଥିର ସରକାର ପାଇଁ କାହା ହାତରେ ଦାୟିତ୍ବ ଦିଆଯିବ ତାହା ଉପରେ ଭାରତ ସମେତ ପୂରା ବିଶ୍ୱର ନଜର ରହିଛି।
ହସିନାଙ୍କ ପରେ କିଏ?
- ବାଂଲାଦେଶ ଦେଖିପାରେ ପୁଣି ସାମରିକ ଶାସନ
- ୧୯୭୧ରୁ ୨୦୧୨ ଯାଏଁ ୨୭ ଥର ସାମରିକ ବିଦ୍ରୋହ ଦେଖିଛି ବାଂଲାଦେଶ
- ପ୍ରେସମିଟରେ ସେନାମୁଖ୍ୟ କହିଛନ୍ତି, ମୋତେ ଦାୟିତ୍ୱ ଦିଅନ୍ତୁ, ମୁଁ ସବୁ ସମ୍ଭାଳି ନେବି
- ଏବେ ସେନା ସମ୍ପୂର୍ଣ୍ଣ କ୍ଷମତା ନିଜ ଦଖଲକୁ ନେଇଥିବାରୁ ପୁଣିଥରେ ସମାନ ସ୍ଥିତି ଉପୁଜିପାରେ
- ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କୁ ମଧ୍ୟ ମୁକ୍ତ କରିବାକୁ ନିର୍ଦ୍ଦେଶ
- ଖାଲିଦା ଜିୟାଙ୍କୁ ଅନ୍ତରୀଣ ସରକାରରେ ସ୍ଥାନ ମିଳିପାରେ
- ଶେଖ ହସିନାଙ୍କ ପ୍ରଚଣ୍ଡ ବିରୋଧୀ ଭାବେ ଜଣାଶୁଣା ଖାଲିଦା ଜିଆ
- ୧୯୯୧ରୁ ୧୯୯୬, ୨୦୦୧ରୁ ୨୦୦୬ ଯାଏଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ ଖାଲିଦା
- ଜମାତ-ଏ-ଇସଲାମୀ ସଙ୍ଗଠନ ମଧ୍ୟ ସରକାର ଗଢିପାରେ
- ଜମାତ-ଏ-ଇସଲାମୀ ହିଁ ସଂରକ୍ଷଣ ବିରୋଧୀ ଆନ୍ଦୋଳନକୁ ଭିନ୍ନ ମୋଡ ଦେଇଥିଲା
- ଜମାତ-ଏ-ଇସଲାମୀ ସଙ୍ଗଠନ ପଛରେ ସେନାର ଆଶୀର୍ବାଦ ରହିଛି
- ଶେଖ ହସିନାଙ୍କ ଇସ୍ତଫା ପରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ଜମାତ-ଏ-ଇସଲାମୀର ନେତା
କାହିଁକି ଭାରତକୁ ବାଛିଲେ ଶେଖ୍ ହସିନା?
- ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତୁରନ୍ତ ଭାରତ ଆସିଥିଲେ ଶେଖ ହସିନା
- ଶେଖ ହସିନାଙ୍କ ସହ ଭାରତର ସମ୍ପର୍କ ବେଶ ନିବିଡ ଓ ବହୁତ ପୁରୁଣା
- ୧୯୭୫ରେ ଶେଖ ହସିନାଙ୍କ ବାପା ଓ ତାଙ୍କ ପରିବାର ସଦସ୍ୟଙ୍କୁ ମିଲିଟାରୀ କୁପରେ ହତ୍ୟା କରାଯାଇଥିଲା
- ହସିନା ଏବଂ ତାଙ୍କ ସାନ ଭଉଣୀ ସେ ସମୟରେ ବିଦେଶରେ ଥିବାରୁ ବର୍ତ୍ତି ଯାଇଥିଲେ
- ବାପା ମୁଜିବୁରଙ୍କ ହତ୍ୟା ପରେ ଶେଖ ହସିନା ଓ ତାଙ୍କ ଭଉଣୀକୁ ଆଶ୍ରୟ ଦେଇଥିଲା ଭାରତ
- ଦିଲ୍ଲୀରେ ୬ ବର୍ଷ ରହିଥିଲେ ଦୁଇ ଭଉଣୀ
- ହସିନା ଓ ଗାନ୍ଧୀ ପରିବାର ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା
- ୨୦୧୦ରେ ତତ୍କାଳୀନ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ହସିନାଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ଦେଇଥିଲା
- ୧୯୯୬ରେ ହସିନା ପ୍ରଥମ ଥର ବାଂଲାଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ
- ୨୦୦୯ରୁ ୨୦୨୪ ଯାଏଁ ଲଗାତାର ପ୍ରଧାନମନ୍ତ୍ରୀ ରହିଥିଲେ ଶେଖ ହସିନା
- ସେବେଠାରୁ ଭାରତ ସହ ସେ ଦୃଢ଼ ସମ୍ପର୍କ ରଖିଛନ୍ତି
- ଚଳିତ ବର୍ଷ ଜାନୁଆରିରେ ହସିନା ଭାରତକୁ ଏକ ବିଶ୍ବସ୍ତ ବନ୍ଧୁ ବୋଲି କହିଥିଲେ
- ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ହସିନାଙ୍କୁ ପ୍ରଥମ ରାଷ୍ଟ୍ର ଅତିଥି ଭାବେ ଆମନ୍ତ୍ରଣ କରାଯାଇଥିଲା
- ହସିନା ଭାରତ ଉପରେ ଦୃଢ଼ ବିଶ୍ବାସ ରଖି ସଙ୍କଟ ସମୟରେ ଭାରତ ଚାଲି ଆସିଛନ୍ତି
- ହିଣ୍ଡନ ଏୟାରବେସରୁ ଫେରିଗଲା ହସିନାଙ୍କ ବିମାନ, ଏବେ ଭାରତରେ କେତେ ଦିନ ରହିବେ ହୋଇନି ସ୍ପଷ୍ଟ
- ଏନଏସଏ ଅଜିତ ଡୋଭାଲଙ୍କୁ ହସିନା ଭେଟିବା ସହ ଆଲୋଚନା କରିଥିବା ଚର୍ଚ୍ଚା
- ଭାରତରେ ଯଦି ଆଶ୍ରୟ ନ ନିଅନ୍ତି ତେବେ ଲଣ୍ଡନ୍ ଚାଲିଯାଇପାରନ୍ତି ବୋଲି କୁହାଯାଉଛି
ଭାରତ ଉପରେ ପଡିବ କଣ ପ୍ରଭାବ?
- ହସିନା ସରକାର ଯିବା ପରେ ବାଂଲାଦେଶରେ ଥିବା ହିନ୍ଦୁଙ୍କୁ ଟାର୍ଗେଟ
- ଖାଲିଦା ଜିଆ ପ୍ରଧାନମନ୍ତ୍ରୀ ହେଲେ ଭାରତ ପାଇଁ ସୃଷ୍ଟି କରିପାରନ୍ତି ଅଡୁଆ
- ପାକିସ୍ତାନ ଓ ଚୀନ୍ ସହ ଖାଲିଦା ଜିଆଙ୍କର ଘନିଷ୍ଠ ସମ୍ପର୍କ ରହିଛି
- ଖାଲିଦାଙ୍କ ଶାସନ ସମୟରେ ଆତଙ୍କବାଦୀଙ୍କ ଗଡ ପାଲଟିଥିଲା ବାଂଲାଦେଶ
- ଭାରତ ସୀମା ସହ ବାଂଲାଦେଶ ଲାଗିଥିବାରୁ ଆତଙ୍କବାଦ ବଢିପାରେ
- କଠୋରପନ୍ଥୀ ନେତା ଭାବେ ଜଣାଶୁଣା ଖାଲିଦା ଜିଆ
- ଭାରତ ସହ ବ୍ୟବସାୟିକ ସମ୍ପର୍କ ହୋଇପାରେ ପ୍ରଭାବିତ
- ବାଂଲାଦେଶର ଆତଙ୍କବାଦୀ ବିହାର ଓ ପଶ୍ଚିମବଙ୍ଗରେ ବଢିପାରେ ପ୍ରାଦୁର୍ଭାବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/38-3.jpg)