କନକ ବ୍ୟୁରୋ: ଶ୍ରୀମନ୍ଦିର ପତିତପାବନଙ୍କ ଦଶାବତାର ମୂର୍ତ୍ତି ଗାଏବ୍ । ପତିତପାବନଙ୍କ ମନ୍ଦିରରେ ସ୍ଥାନିତ ଦଶାବତାର ମୂର୍ତ୍ତି କୁଆଡ଼େ ଗାଏବ୍ ହୋଇଯିବା ପରେ ଏଭଳି ଫୁଙ୍ଗୁଳା ଦୃଶ୍ୟ ଭକ୍ତ ମହଲରେ ଆଲୋଡନ ସୃଷ୍ଟି କରିଛି ।

Advertisment

କେବେଠୁ ଏହି ମୂର୍ତ୍ତି ଗାଏବ୍ ହେଲାଣି ସ୍ପଷ୍ଟ ହୋଇନଥିଲେ ବି ତିନି ମାସ ତଳର ଫଟୋରେ ଦଶାବତାର ମୂର୍ତ୍ତି ସ୍ପଷ୍ଟ ଦୃଶ୍ୟମାନ ହେଉଥିବାରୁ ଦୁଇ ତିନି ମାସ ଭିତରେ ହିଁ ଦଶାବତାର ମୂର୍ତ୍ତି କାଢ଼ି ନିଆଯାଇଥିବା ଅନୁମାନ କରାଯାଉଛି । ଏବେ ଏହାକୁ ନେଇ ଜବାବ ମାଗିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ । କିଏ, କେଉଁ ପରିସ୍ଥିତିରେ ଦଶାବତାର ମୂର୍ତ୍ତି କାଢ଼ିଲେ, ସାର୍ବଜନୀନ ହେବା ଦରକାର ବୋଲି ଦାବି ଉଠିଛି ।

ରାଜା ଦ୍ୱିତୀୟ ରାମଚନ୍ଦ୍ର ଦେବ ଯବନ କନ୍ୟାଙ୍କୁ ବିବାହ କରିବାରୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିନଥିଲା । ଏଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜାଙ୍କ ପାଇଁ ପତିତପାବନଙ୍କୁ ସିଂହଦ୍ୱାର ଗୁମୁଟରେ ପ୍ରତିଷ୍ଠା କରାଯାଇଥିଲା । ସେବେଠୁ ଯେଉଁମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ପାରୁନାହାନ୍ତି, ସେମାନେ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ପତିତପାବନଙ୍କ ମନ୍ଦିର ଗୁମୁଟରେ ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଭଳି ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ବୁଦ୍ଧ ଓ କଳକୀଙ୍କ ପ୍ରତିମୂର୍ତ୍ତିଙ୍କୁ ସ୍ଥାନିତ କରାଯାଇଥିଲା । କିନ୍ତୁ ଏହାକୁ କେହି କାଢ଼ି ନେଇଛି । ଫଳରେ ପତିତପାବନଙ୍କ ମନ୍ଦିର ଗୁମୁଟ ଖାଲି ଖାଲି ଦିଶୁଛି ।