ସଚିବଙ୍କୁ ପ୍ରଶ୍ନ, ସମ୍ବାଦ ଭବନରେ ରେଡ୍ । ସମ୍ବାଦ ଗ୍ରୁପକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ।

Advertisment
ସଚିବଙ୍କୁ ପ୍ରଶ୍ନ, ସମ୍ବାଦ ଭବନରେ ରେଡ୍ । ସମ୍ବାଦ ଗ୍ରୁପକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର ।

କନକ ବ୍ୟୁରୋ : ସମ୍ବାଦ ଭବନରେ ପଶିଲା ଇଓଡବ୍ଲୁ । ସମ୍ବାଦ ଭବନରେ ଇଓଡବ୍ଲୁ କରୁଛି ଛାନଭିନ । ମିଛ ଅଭିଯୋଗର ଚାଲିଛି ସତ ଯାଞ୍ଚ । ଇଓଡବ୍ଲୁର ଏକ ଟିମ୍ ସମ୍ବାଦ ଭବନରେ ପହଞ୍ଚି ଛାନଭିନ୍ କରୁଛି । ଉଦ୍ଦେଶ୍ୟମୂଳକ ଭାବେ ଇଓଡବ୍ଲୁ ଲଗା ଯାଇଥିବା ଆଶଙ୍କା କରାଯାଉଛି । ପ୍ରତିଶୋଧ ପରାୟଣ ହୋଇ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।

ଇଓଡବ୍ଲୁକୁ ଲଗାଇ ସମ୍ବାଦକୁ ବଦନାମ କରିବାକୁ ବିରାଟ ଷଡଯନ୍ତ୍ର । ସଚିବଙ୍କୁ ପ୍ରଶ୍ନ କରିବାରୁ ଏଭଳି ରେଡ୍ କରାଯାଉଥିବା ଆଶଙ୍କା । ଏହା ପୂର୍ବରୁ ଶାସନ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ । ସମ୍ପାଦକୀୟରେ ପ୍ରଶ୍ନ ପଚାରିବା ପରେ ସରକାର ପ୍ରତିଶୋଧ ପରାୟଣ ହୋଇପଡିଥିଲେ । ଯେଉଁଥିପାଇଁ ସୌମ୍ୟରଞ୍ଜନଙ୍କୁ ପ୍ରଥମେ ଦଳର ଉପ-ସଭାପତି ପଦରୁ ବହିଷ୍କୃତ କରାଯାଇଥିଲା । ଆଉ ଏବେ ଆକ୍ରୋଶମୂଳକ ଭାବେ ସମ୍ବାଦ ଭବନରେ ରେଡ୍ ହେଉଥିବା କୁହାଯାଉଛି । ହାତରେ ନ ମାରି ଭାତରେ ମାରିବାକୁ ଉଦ୍ୟମ ହେଉଛି । କାରଣ ଏହାପୂର୍ବରୁ ସମ୍ବାଦକୁ ବିଜ୍ଞାପନ ବନ୍ଦ କରିଛନ୍ତି ସରକାର । ଏବେ ଇଓଡବ୍ଲୁକୁ ଲଗାଇ କର୍ମଚାରୀଙ୍କୁ କରାଯାଉଛି ହଇରାଣ । ତେବେ କାହା ଇସାରାରେ ଏହି ରେଡ୍ ହେଉଛି ବୋଲି ପ୍ରଶ୍ନ ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe