କନକ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ଜେଲରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ । ଆଉ ଏହି ଆତ୍ମହତ୍ୟାକୁ ନେଇ ଏବେ ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରିଛି । କୋର୍ଟରେ ହାଜର ହେବା ପୂର୍ବରୁ ଗୋବିନ୍ଦ କାହିଁକି ଆତ୍ମହତ୍ୟା କଲେ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । ଏହାବାଦ୍ ଜେଲ ଭିତରେ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ? ମମିତା ମେହେର ହତ୍ୟାକାଣ୍ଡ ଭଳି ସମ୍ବେଦନଶୀଳ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ଉପରେ କାହିଁକି ଜେଲ କର୍ତ୍ତୃପକ୍ଷ ନଜର ରଖିନଥିଲେ?
ଅନ୍ୟପଟେ ଗୋବିନ୍ଦଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି । ଆତ୍ମହତ୍ୟା ପାଇଁ ଗୋବିନ୍ଦଙ୍କ ଉପରେ ଚାପ ରହିଥିଲା । ମନ୍ତ୍ରୀ ଓ ନେତାଙ୍କ ପାଇଁ ଗୋବିନ୍ଦଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି । ଗୋବିନ୍ଦ ମଲାନି ଯେ, ମମିତା ହତ୍ୟାକାଣ୍ଡ ସରକାରୀ ଖାତାରୁ ହଟିଗଲା । ପୂର୍ବରୁ ଇତିଶ୍ରୀ, ବେବିନା ଭଳି ଖବରକୁ ମଧ୍ୟ ଚାପି ଦିଆଯାଇଛି । କିଛି ଏଭଳି କହି ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛି ବିଜେପି ।