ବ୍ରିଟିଶ୍ ରାଜପରିବାର ଦୁନିଆର ସବୁଠାରୁ ଧନୀ ରାଜପରିବାରର ମାନ୍ୟତା ପାଇଛି । ଏଠାକାର ଆଭିଜାତ୍ୟ ପୂର୍ଣ୍ଣ ଜୀବନ ସମସ୍ତଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ଏଠାରେ କାମ କରୁଥିବା ଜଣେ ଚାକରକୁ ବି ଲକ୍ଷ ଲକ୍ଷ ଟଙ୍କାରେ ଦରମା ଦିଆଯାଏ । ଏହି କାରଣରୁ ଏଠାରେ ଚାକିରୀ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଏ । ତେବେ ବର୍ତ୍ତମାନ ଲୋକଙ୍କ ଏହି ଆଶା ଏବେ ପୂରଣ ହୋଇପାରିବ ।
ବ୍ରିଟିଶ୍ ରାଜପରିବାରକୁ ଏକ ସୋସିଆଲ୍ ମିଡିଆ ମ୍ୟାନେଜରଙ୍କ ଆବଶ୍ୟକତା ରହିଛି । ଯିଏ ବ୍ରିଟିଶ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ କାମ କରିବ । ଜବ୍ ଲିଷ୍ଟିଙ୍ଗ୍ ୱେବସାଇଟ୍ କହିବାନୁସାରେ ରାଜପରିବାରର ସୋସିଆଲ୍ ମିଡିଆ ମ୍ୟାନେଜରଙ୍କୁ ରାଣୀଙ୍କ ଉପସ୍ଥିତିକୁ ଜନତାଙ୍କ ନଜରକୁ ଆଣିବାକୁ ପଡିବ ଏବଂ ତାଙ୍କୁ ବିଶ୍ୱସ୍ତରରେ ଆଣିବା ପାଇଁ ପ୍ରୟାସ କରିବାକୁ ପଡିବ । ମ୍ୟାନେଜର୍ ହେବା ପାଇଁ କ୍ୟାଣ୍ଡିଡେଟ୍ ଙ୍କୁ ୱେବସାଇଟ୍ ର ପ୍ରବନ୍ଧନ ଏବଂ ସଫଳ ଡିଜିଟାଲ୍ ସଂଚାର ଏବଂ ପରିଯୋଜନାକୁ ବିସ୍ତାରିତ କରିବା ଅନୁଭବ କରିବା ସାଙ୍ଗକୁ ଡିଗ୍ରୀ ସ୍ତରରେ ଶିକ୍ଷିତ ହେବା ଜରୁରୀ ଅଟେ । ଏହାଛଡା କ୍ୟାଣ୍ଡିଡେଟ୍ ଙ୍କ ପାଖରେ ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆ ସାମଗ୍ରୀ ପ୍ରସ୍ତୁତ କରିବା ମଧ୍ୟ ଆସିବା ଦରକାର ।
ମହାରାଣୀ ଏଲିଜାବେଥଙ୍କ ସୋସିଆଲ୍ ମିଡିଆ ମ୍ୟାନେଜରଙ୍କୁ ସପ୍ତାହରେ ୫ ଦିନ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୩୭.୫ ଘଣ୍ଟା କାମ କରିବାକୁ ପଡ଼ିବ । ଏଥିପାଇଁ ତାଙ୍କୁ ୨୬ ଲକ୍ଷ ୫୮ ହଜାର ୮୨୫ ଟଙ୍କା ଦରମା ଦିଆଯିବ । ଏହାଛଡା କ୍ୟାଣ୍ଡିଡେଟ୍ ଙ୍କୁ ଅନ୍ୟ ସୁବିଧା ମଧ୍ୟ ଯୋଗାଇଦିଆଯିବ । ରୟାଲ୍ ଫ୍ୟାମିଲି ପାଇଁ ଆପଣଙ୍କୁ ଯଦି ରୟାଲ୍ ଚାକିରୀ କରିବାକୁ ଚାହୁଁଛନ୍ତି ତେବେ ଆପଣ ମେ ୨୬ ପର୍ଯ୍ୟନ୍ତ ରୟାଲ୍ ଘରୋଇ ୱେବସାଇଟରେ ସୂଚୀବଦ୍ଧ ଚାକିରୀ ପାଇଁ ଆବେଦନ କରିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/pjimage-34-5.jpg)
/kanak/media/post_attachments/wp-content/uploads/2019/05/0421-fhm-queensocialmedia-640x360-300x169.jpg)
/kanak/media/post_attachments/wp-content/uploads/2019/05/Queen_elizabth_reuters-300x169.jpeg)