ଦେଶକୁ ମାଡ଼ିଆସୁଛି ମାନ୍ଦାବସ୍ଥା ! ପୁଣି କମିଲା ଜିଡିପି ହାର, ଜଟିଳ ହେବାରେ ଲାଗିଛି ଆର୍ଥିକ ସ୍ଥିତି ।

1,110

କନକ ବ୍ୟୁରୋ: ବିଗିଡ଼ିବାରେ ଲାଗିଛି ଦେଶର ଆର୍ଥିକ ସ୍ଥିତି । ଧିରେ ଧିରେ ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି ଭାରତ । ପୁଣି କମିଲା ଅଭିବୃଦ୍ଧି ହାର (ଜିଡିପି) । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତିନି ମାସରେ ଜିଡିପି ଅଭିବୃଦ୍ଧି ହାର ୦.୫% କମିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି । ଏବେ ୦.୫ ପ୍ରତିଶତ ଜିଡିପି ହ୍ରାସ ହେବା ଫଳରେ ବର୍ତ୍ତମାନ ୪.୫% ଅଛି ଦେଶର ଅଭିବୃଦ୍ଧି ହାର । ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ଦେଶର ଅଭିବୃଦ୍ଧି ହାର ୫% ଥିଲା । ତେବେ ବର୍ତ୍ତମାନର ଅଭିବୃଦ୍ଧି ହାର କମିଯିବାରୁ ଏବେ ଦେଶ ଉପରେ ମାନ୍ଦାବସ୍ଥା ଭୟ ପୁଣି ଘାରିଛି ।

ଅନ୍ୟପଟେ ଗତ ଅଗଷ୍ଟ ୩୦ ତାରିଖରେ କେନ୍ଦ୍ରୀୟ ପରିସଂଖ୍ୟନ ସଂଗଠନ (ସିଏସଓ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟରେ ଭାରତର ଜିଡିପି ୫.୮ରୁ ଖସିଆସି ୫ ପ୍ରତିଶତକୁ ଛୁଇଁଥିଲା । ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ ଜିଡ଼ିପି ଅଭିବୃଦ୍ଧି କ୍ଷେତ୍ରରେ ବ୍ରେକ ଲାଇଥିଲା ଯାହାକି ଦେଶର ଆର୍ଥିକ କ୍ଷେତ୍ରରେ ମାନ୍ଦାବସ୍ଥା ଭୟ ଦେଖାଦେଇଥିଲା । ଆଉ ବର୍ତ୍ତମାନ ପୁଣି ଜିଡିପି ହାର ହ୍ରାସ ପାଇଥିବାରୁ ଦେଶବାସୀଙ୍କ ଚିନ୍ତା ବଢ଼ାଇଛି ।