ଘରେ ସ୍ତ୍ରୀ ସହିତ ଝଗଡା ପରେ ସ୍କୁଲରେ ଶିକ୍ଷକ କଲେ ଏମିତି କାମ, ଗାଁ ଲୋକ ବି ହୋଇଗଲେ ଚକିତ

351

କନକ ବ୍ୟୁରୋ : ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରେ ଏକ ଘଟଣା ଶୁକ୍ରବାର ଦିନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଜଣେ ବୈସୟିକ ଶିକ୍ଷାନୁଷ୍ଠାନର ଅଧ୍ୟପକ ଘରେ ସ୍ତ୍ରୀ ସହିତ ଝଗଡା କରିବା ପରେ ସ୍କୁଲରେ ଯାହା କରିଛନ୍ତି ତାହା ଜାଣିଲେ ଆପଣ ଚକିତ ହୋଇଯିବେ ।

ସୂଚନା ମୁତାବକ ଶିକ୍ଷକ ଜଣଙ୍କର ଘରେ ସ୍ତ୍ରୀ ସହିତ ଝଗଡା ହେବା ପରେ ସ୍କୁଲର ଏକ ରୁମକୁ ନିଜର ବାସସ୍ଥାନ ବନେଇ ଦେଇଛନ୍ତି । କେବଳ ସେତିକି ନୁହେଁ ସ୍କୁଲର ଗୋଟିଏ ରୁମକୁ ନିଜର ବେଡରୁମ ଭଳି ସଜାଇଛନ୍ତି । ସେଠାରେ ଶିକ୍ଷକ ଜଣଙ୍କ ନିଜର ଆବଶକୀୟ ସାମଗ୍ରୀ ରଖିବା ସହ ମଦ ପିଇବାର ସମସ୍ତ ବନ୍ଦୋବସ୍ତ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।

ଶିକ୍ଷକଙ୍କ ଏହି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେଉଛି । ଏଭଳି ଭିଡିଓ ଭାଇରାଲ ହେବା ପରେ ଶିକ୍ଷାନୁଷ୍ଠାନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି । କେବଳ ସେତିକି ନୁହେଁ ଏହାର ଯାଂଚ କରିବାକୁ ବି ବିଭାଗ ନିର୍ଦ୍ଦେଶ ଦେଇଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି ରୁମ ଭିତରେ ଡବଲ ବେଡ ପଡିଛି, ତାହା ଉପରେ ଜଣେ କେହି ବସିଛନ୍ତି । ଏହାସହ ଅନେକ ସାମଗ୍ରର ଏଣେତେଣେ ପଡି ରହିଛି, ରୁମରେ ଟିଭି ଲାଗିଛି ଓ ଟେବୁଲ ଚେୟାର ବି ପଡିଛି ।

ସୂଚନା ମୁତାବକ ମାଧୋଗଞ୍ଜ ବ୍ଲକ ମହିମପୁର ପ୍ରାଥମିକ ବିଦ୍ୟାଳର ଏକ ରୁମକୁ ପ୍ରଧାନ ଅଧ୍ୟାପକ ସୁଧୀର କୁମାର ନିଜର ବାସଭବନ ବନାଇ ଦେଇଛନ୍ତି । ଅନ୍ୟପଟେ ସେ ରହୁଥିବା ରୁମର ବାହାରେ ମଦବୋତଲ ପଡିଥିବା ବି ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେସ୍ ଚର୍ଚ୍ଚା ହେଉଛି ।