ରାଜ୍ୟରେ ବଦଳିଲା କ୍ୱାରେଂଟିନ ନିୟମ: ୨୧ ଦିନ ବଦଳରେ ୧୪ ଦିନ ରହିବେ ସଂଗରୋଧରେ; ୩ ଦିନ ପାଇଁ ଆସିଲେ କ୍ବାରେଣ୍ଟିନ୍ ମନା

1,240

କନକ ବ୍ୟୁରୋ: ରାଜ୍ୟରେ ବଦଳିଲା କ୍ୱାରେଂଟିନ୍ ନିୟମ । ୨୧ ଦିନଆ ବଦଳରେ ଏଥର ୧୪ ଦିନଆ ସଂଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ ଶ୍ରମିକ । ଲକ୍ଷଣ ନଥିଲେ ୭ ଦିନ ସରକାରୀ କେନ୍ଦ୍ରରେ ରହିବେ ଏହା ସହ ଅନ୍ୟ ୭ ଦିନ ହୋମ କ୍ୱାରେଂଟାଇନରେ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହା ସହ ସେ କହିଛନ୍ତି ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ, ଚିନ୍ତାଜନକ ନୁହେଁ । ସେହିପରି ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବିମାନ ସେବା । ସେହିପରି କାଲି ଠାରୁ ବସ୍ ଚଳାଚଳ ବି କରିପାରିବ । ତେବେ ବସ୍ ଗୁଡିକରେ ସିଟିଂ କ୍ଷମତାରୁ ଅଧିକ ଯାତ୍ରୀ ନନେବାକୁ ଅନୁରୋଧ କରିଛନ୍ତି ଏସଆରସି । ଏହା ସହିତ ବିନା ସୂଚନାରେ ପ୍ରବାସୀ ଶ୍ରମିକଙ୍କ ଆସିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏସଆରସି ।

କହିଛନ୍ତି ବିନା ସୂଚନାରେ ରାଜ୍ୟକୁ ପ୍ରବାସୀ ଓଡିଆ ଆସିବା ଫଳରେ ଅନେକ ସମସ୍ୟା ହେଉଛି । ଏମାନେ ବିନା ସୂଚନାରେ ଆସୁଥିବାରୁ ସରକାରଙ୍କ ସୁବିଧା ଏମାନଙ୍କୁ ମିଳିନପାରେ । ମାଗଣା ଟିକଟ ସୁବିଧା ଏମାନେ ପାଇନପାରନ୍ତି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ହେଉଛି ଓଲା ଏବଂ ଓବେରୋକୁ ୨୪ ଘଂଟିଆ ଚଳାଚଳ କରିପାରିବେ । ଆସନ୍ତାକାଲି ଠାରୁ ଓଲା ଏବଂ ଓବେରୋ ଚଳାଚଳ କରିପାରିବ । କୌଣସି ଲୋକଙ୍କ ଠାରେ କିଛି କରୋନା ଲକ୍ଷଣ ଦେଖା ଦେଲେ , କିଂବା ଅସୁସ୍ଥ ଅନୁଭବ କଲେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ରେ ଫୋନ୍ କରିବାକୁ ସରକାର କହିଛନ୍ତି । ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଏବେ ହୋମ୍ କ୍ୱାରେଂଟିନ୍ ରେ ରହିପାରିବେ । ଯଦି ଘରେ ରହିବା ନେଇ ସମସ୍ୟା ରହିଛି ତେବେ ସେ ହୋଟେଲ କ୍ୱାରେଂଟିନରେ ରହିପାରିବେ । କିନ୍ତୁ ଏହି ହୋଟେଲ କ୍ୱାରେଂଟିନର ଖର୍ଚ ତାଙ୍କୁ ବହନ କରିବାକୁ ପଡିବ । ଏହି ଖର୍ଚ ରାଜ୍ୟ ସରକାର ପ୍ରଦାନ କରିପାରିବେ ନାହିଁ ।