କନକ ବ୍ୟୁରୋ: ବଢ଼ିପାରେ କ୍ୱାରେଂଟିନ ଅବଧି । ଆଜିର କୋଭିଡ-୧୯ ସ୍ଥିିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡାକ୍ତର ଶ୍ରୀନିବାସ ରେଡୀ ଏହି ପ୍ରସ୍ତାବ ଦେଇଛନ୍ତି । କ୍ୱାରେଂଟିନ ସମୟସୀମା ୧୪ ଦିନ ବଦଳରେ ୨୧ ଦିନ କରିବା ପାଇଁ ଶ୍ରୀନିବାସ ରେଡ୍ଡୀ ପ୍ରସ୍ତାବ ଦେଇଥିବା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।
ସେହିପରି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ସାମାଜିକ ଦୂରତ୍ୱ ହିଁ ଏକମାତ୍ର ପ୍ରତିଷେଧକ । ତେଣୁ ରାଜ୍ୟବାସୀ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ ବର୍ତମାନ ରାଜ୍ୟରେ କରୋନା ମୁକାବିଲା ନେଇ ସ୍ଥିତି କ’ଣ ରହିଛି ଏବଂ ଏହାକୁ କିଭଳି ମୁକାବିଲା କରାଯାଇପାରିବ ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏହି ବୈଠକରେ ସାମିଲ ହୋଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡାକ୍ତର ରେଡ୍ଡୀ ।