ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ...

Advertisment
ଆନ୍ଧ୍ର ଓ ତେଲେଙ୍ଗାନାରୁ ଫେରିଲେ ସଙ୍ଗରୋଧକୁ ବାଧ୍ୟତାମୂଳକ କଲେ ଓଡିଶା ସରକାର । ୧୪ ଦିନ ପାଇଁ ରହିବାକୁ ହେବ କ୍ୱାରେଣ୍ଟାଇନରେ...

କନକ ବ୍ୟୁରୋ: ବଢୁଥିବା ସଂକ୍ରମଣକୁ ଦେଖି ଏବେ ଆନ୍ଧ୍ର ଓ ତେଲେଙ୍ଗାନା ଫେରନ୍ତାଙ୍କ ପାଇଁ ନିୟମ କଡାକଡି କରିଛନ୍ତି ରାଜ୍ୟ ସରକାର । ଏଣିକି ଏହି ଦୁଇ ରାଜ୍ୟରୁ କୌଣସି ପ୍ରବାସୀ ଓଡିଶା ଫେରିଲେ ତାଙ୍କୁ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏ ସମ୍ପର୍କିତ ଆଜି ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି ପ୍ରଦୀପ ଜେନା ।

ନିର୍ଦ୍ଦେଶାନାମା ମୁତାବକ, ଆନ୍ଧ୍ର ଓ ତେଲେଙ୍ଗାନାରେ କୋଭିଡର ଭିନ୍ନ ଏକ ଭାରିଆଣ୍ଟ ଦେଖିବାକୁ ମିଳୁଛି । ତେଣୁ ସେଠାରୁ କେହି ବ୍ୟକ୍ତି ଓଡିଶା ଫେରିଲେ ତାଙ୍କୁ ସଙ୍ଗରୋଧରେ ରହିବାକୁ ପଡିବ । ଏଥିପାଇଁ ସୀମାନ୍ତ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳକୁ ସତର୍କ କରାଇ ଦିଆଯାଇଛି । ଏହି ଜିଲ୍ଲାମାନଙ୍କରେ ଚେକ୍ ପୋଷ୍ଟ କରି ଲୋକମାନଙ୍କୁ ତଦାରଖ କରାଯିବ ।

ଯେଉଁମାନେ ଯାନବାହାନ ଯୋଗେ ଓଡିଶା ଫେରୁଥିବେ ସେମାନେ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ । ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ୍ ନେଇଥିବେ କିମ୍ବା ୪୮ ଘଂଟା ଭିତରେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବେ ସେମାନେ ନିଜକୁ ୭ ଘଂଟା ପାଇଁ ସଙ୍ଗରୋଧରେ ରଖିବାକୁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe