ମେଘନାଦ ପାଚେରୀ କଡରେ ପଡିରହିଛି କ୍ୱିଂଟାଲ କ୍ୱିଂଟାଲ ଶୁଖିଲା ମହାପ୍ରସାଦ । ଖଜା, ବଲ୍ଲଭ, ଲୁଣି ଖୁଡୁମା ଭୋଗ ସହ ତାଳପତ୍ର ପେଡିରେ ଭର୍ତ୍ତି ପ୍ରସାଦ : ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

340

କନକ ବ୍ୟୁରୋ: ଶ୍ରୀମନ୍ଦିର ମେଘନାଦ ପାଚେରୀ କଡରେ ପଡିରହିଛି କିଲୋ କି ଦୁଇ କିଲୋ ନୁହେଁ କ୍ୱିଂଟାଲ ଶୁଖିଲା ମହାପ୍ରସାଦ । ପୁଣି ସେସବୁକୁ ଖାଉଛନ୍ତି ଷଣ୍ଢ । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ପେଜନାଳ ପାଖ ମେଘନାଦ ପାଚେରୀ କଡରେ ଖଜା, ବଲ୍ଲଭ, ଲୁଣି ଖୁଡୁମା ଆଦି ଭୋଗ ସହ ତାଳପତ୍ର ପେଡିରେ ଭର୍ତି ହୋଇ ପଡିରହିଛି । ଶ୍ରୀମନ୍ଦିର ଭିତରୁ କେହି ଫୋପାଡି ଦେଇପାରନ୍ତି ବୋଲି କିଛି ସେବାୟତ କହୁଥିବା ବେଳେ ଏଭଳି ବାହାରେ ମହାପ୍ରସାଦ ଫୋପାଡିବା ନିହାତୀ ଭକ୍ତ ମନରେ କଷ୍ଟ ଦେଇଛି । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ଭକ୍ତ ଓ ସେବାୟତ ।