ଚୀନକୁ ଚ୍ୟାଲେଂଜ ଦେବା ପାଇଁ କ୍ୱାଡ ଗ୍ରୁପ୍ର ବୈଠକ : ଭର୍ଚ୍ୟୁଆଲ ବୈଠକରେ ସାମିଲ ହେଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ 

Advertisment
ଚୀନକୁ ଚ୍ୟାଲେଂଜ ଦେବା ପାଇଁ କ୍ୱାଡ ଗ୍ରୁପ୍ର ବୈଠକ : ଭର୍ଚ୍ୟୁଆଲ ବୈଠକରେ ସାମିଲ ହେଲେ ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟ 

କନକ ବ୍ୟୁରୋ : ଭାରତ ଓ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ମଧ୍ୟରେ ସମନ୍ୱୟ ପାଇଁ ଗଢା ହୋଇଥିବା କ୍ୱାଡ ଗ୍ରୁପ୍ର ଆଜି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନର ରାଷ୍ଟ୍ରମୁଖ୍ୟମାନେ ଏହି ଭର୍ଚ୍ୟୁଆଲ ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ କରୋନା, ଅର୍ଥନୀତି ଓ ସାମରିକ ଆଦି ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ଏହି ଚାରି ଦେଶର ଏହା  ପ୍ରଥମ ବୈଠକ ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଓ ଜାପାନର ପ୍ରଧାନମନ୍ତ୍ରୀ ୟାସିହିଡେ ସୁଗା ଏହି ବୈଠକରେ ସାମିଲ ହୋଇ ବିଶ୍ୱ ସ୍ଥିତି ନେଇ ଆଲୋଚନା କରିଥିଲେ । ଏହି ବୈଠକରେ ଉଦବୋଧନ ଦେଇ ମୋଦି କହିଥିଲେ, କ୍ୱାଡ୍ ଗ୍ରୁପ୍ ଇଣ୍ଡୋ-ପାସିଫିକ୍ ଅଂଚଳର ସ୍ଥିରତାର ସ୍ତମ୍ଭ । ଏହାକୁ ଭାରତୀୟ ପ୍ରାଚୀନ ଦର୍ଶନ ବସୁଧୈବ କୁଟୁମ୍ବକମ୍ ଦୃଷ୍ଟିରୁ ସକରାତ୍ମକ ଭାବେ ଭାରତ ଚିନ୍ତା କରୁଛି ବୋଲି ମୋଦି କହିଛନ୍ତି । ଏହି ବୈଠକରେ କରୋନା ଓ ବିଶ୍ୱ ଅର୍ଥନୀତି ସମେତ ଚୀନର ବିସ୍ତାରବାଦୀ ମାନସିକତା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଚୀନକୁ ରୋକିବା ପାଇଁ ଏହି କ୍ୱାଡ୍ ଗ୍ରୁପ୍ର ଗଠନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe