କମ୍ ବଜେଟରେ ବଡ ସଫଳତା ! ବଲିଉଡର କିଛି ଏଭଳି ସିନେମା ଯାହା ଲୋକଙ୍କ ମନରୁ ବଡ ବଜେଟର ଭ୍ରାନ୍ତ ଧାରଣାକୁ ହଟାଇବାରେ ସଫଳ ହୋଇଛି । 

Advertisment
କମ୍ ବଜେଟରେ ବଡ ସଫଳତା ! ବଲିଉଡର କିଛି ଏଭଳି ସିନେମା ଯାହା ଲୋକଙ୍କ ମନରୁ ବଡ ବଜେଟର ଭ୍ରାନ୍ତ ଧାରଣାକୁ ହଟାଇବାରେ ସଫଳ ହୋଇଛି । 

source : पत्रिका

ଦିନ ଥିଲା ବଲିଉଡରେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଲେ କୁହାଯାଉଥିଲା ରୋଜଗାର ମଧ୍ୟ ସେହିଭଳି ହେବ । କିନ୍ତୁ ଏବେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇସାରିଛି । ବଳିଦଯାଇଛି ବଲିଉଡର ଗଣିତ । ପ୍ରଥମ ଥର ଏହାକୁ ବଦଳାଇଛନ୍ତି ଧର୍ମା ପ୍ରଡକ୍ସନ ବା କରଣ ଜୋହର । କୁଛ କୁଛ ହୋତା ହୈ,କଭି ଖୁସି କଭି ଗମ,କଭି ଅଲବିଦା ନା କେହନା,କଲ ହୋ ନା ହୋ, ମାଇ ନେମ ଇଜ ଖାନ ଭଳି ଫିଲ୍ମ ତାଙ୍କର ବଡ ବଜେଟରେ ଗଣାଯାଉଛି । ଚାଲନ୍ତୁ ଜାଣିବା ଛୋଟ ବଜେଟରେ କରଣ କିପରି ବଲିଉଡରେ ପରିବର୍ତ୍ତନ ଆଣିଲେ ।publive-imageଧର୍ମା ପ୍ରଡକ୍ସନର ଲାଟେଷ୍ଟ ଫିଲ୍ମ ରାଜି ୩୦ କୋଟିରେ ପ୍ରସ୍ତୁତ ହୋଇଛି । ତେବେ ୮ ଦିନରେ ଫିଲ୍ମ ୬୧ କୋଟି ବ୍ୟବସାୟ କରିସାରିଛି । ୨୦୧୭ରେ ସିଦ୍ଧାର୍ଥ ମଲହୋତ୍ରା,ସୋନାକ୍ଷୀ ସିହ୍ନା ଏବଂ ଅକ୍ଷୟ ଖାନ୍ନାଙ୍କୁ ନେଇ ହୋଇଥିବା ଫିଲ୍ମ ଇତଫାକ ୨୯ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୩୦ କୋଟିର ବ୍ୟବସାୟ କରିଥିଲା । ୨୦୧୭ରେ ବଦ୍ରିନାଥ କି ଦୁଲହନିଆ ୫୪ କୋଟିରେ ନିର୍ମାଣ ହୋଇଥିଲା ଏବଂ ଭାରତରେ ୧୦୦ କୋଟିରୁ ଅଧିକ ଏବଂ ସାରା ଦୁନିଆରେ ୨୦୦ କୋଟିର ବ୍ୟବସାୟ କରିଥିଲା ।

publive-image୨୦୧୬ରେ ଫିଲ୍ମ ଡିୟର ଜିନ୍ଦେଗୀ ୨୨ କୋଟି ବଜେଟରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୬୮ କୋଟିର ବ୍ୟବସାୟ କରିଥିଲା । ୨୦୧୬ରେ କପୁର ଆଣ୍ଡ ସନ୍ସ ୩୫ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୭୩ କୋଟିର ବ୍ୟବସାୟ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe