ଦିନ ଥିଲା ବଲିଉଡରେ ବଡ଼ ବଜେଟରେ ଫିଲ୍ମ ନିର୍ମାଣ ହେଲେ କୁହାଯାଉଥିଲା ରୋଜଗାର ମଧ୍ୟ ସେହିଭଳି ହେବ । କିନ୍ତୁ ଏବେ ଏହି ଟ୍ରେଣ୍ଡରେ ପରିବର୍ତ୍ତନ ହୋଇସାରିଛି । ବଳିଦଯାଇଛି ବଲିଉଡର ଗଣିତ । ପ୍ରଥମ ଥର ଏହାକୁ ବଦଳାଇଛନ୍ତି ଧର୍ମା ପ୍ରଡକ୍ସନ ବା କରଣ ଜୋହର । କୁଛ କୁଛ ହୋତା ହୈ,କଭି ଖୁସି କଭି ଗମ,କଭି ଅଲବିଦା ନା କେହନା,କଲ ହୋ ନା ହୋ, ମାଇ ନେମ ଇଜ ଖାନ ଭଳି ଫିଲ୍ମ ତାଙ୍କର ବଡ ବଜେଟରେ ଗଣାଯାଉଛି । ଚାଲନ୍ତୁ ଜାଣିବା ଛୋଟ ବଜେଟରେ କରଣ କିପରି ବଲିଉଡରେ ପରିବର୍ତ୍ତନ ଆଣିଲେ ।
ଧର୍ମା ପ୍ରଡକ୍ସନର ଲାଟେଷ୍ଟ ଫିଲ୍ମ ରାଜି ୩୦ କୋଟିରେ ପ୍ରସ୍ତୁତ ହୋଇଛି । ତେବେ ୮ ଦିନରେ ଫିଲ୍ମ ୬୧ କୋଟି ବ୍ୟବସାୟ କରିସାରିଛି । ୨୦୧୭ରେ ସିଦ୍ଧାର୍ଥ ମଲହୋତ୍ରା,ସୋନାକ୍ଷୀ ସିହ୍ନା ଏବଂ ଅକ୍ଷୟ ଖାନ୍ନାଙ୍କୁ ନେଇ ହୋଇଥିବା ଫିଲ୍ମ ଇତଫାକ ୨୯ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୩୦ କୋଟିର ବ୍ୟବସାୟ କରିଥିଲା । ୨୦୧୭ରେ ବଦ୍ରିନାଥ କି ଦୁଲହନିଆ ୫୪ କୋଟିରେ ନିର୍ମାଣ ହୋଇଥିଲା ଏବଂ ଭାରତରେ ୧୦୦ କୋଟିରୁ ଅଧିକ ଏବଂ ସାରା ଦୁନିଆରେ ୨୦୦ କୋଟିର ବ୍ୟବସାୟ କରିଥିଲା ।
୨୦୧୬ରେ ଫିଲ୍ମ ଡିୟର ଜିନ୍ଦେଗୀ ୨୨ କୋଟି ବଜେଟରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୬୮ କୋଟିର ବ୍ୟବସାୟ କରିଥିଲା । ୨୦୧୬ରେ କପୁର ଆଣ୍ଡ ସନ୍ସ ୩୫ କୋଟିରେ ନିର୍ମାଣ ହୋଇଥିଲା ଏବଂ ଫିଲ୍ମ ୭୩ କୋଟିର ବ୍ୟବସାୟ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/razzi.jpg)