ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍ ! ରଥଯାତ୍ରାକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ତରଫରୁ ଲଞ୍ଚ ହେଲା ନୂଆ ଆପ ।

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଆପ୍ ! ରଥଯାତ୍ରାକୁ ସୁଗମ କରିବା ପାଇଁ ପୂର୍ବତଟ ରେଳପଥ ତରଫରୁ ଲଞ୍ଚ ହେଲା ନୂଆ ଆପ ।

ଚଳିତ ରଥଯାତ୍ରାକୁ କିଭଳି ସହଜ ଏବଂ ଶୃଙ୍ଖଳିତ ଭାବେ କରିହେବ ସେନେଇ ପୂର୍ବତଟ ରେଳପଥ ତରଫରୁ ଲଞ୍ଚ ହେଲା ସ୍ୱତନ୍ତ୍ର ଆପ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପୂର୍ବତଟ ରେଳପଥ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଲଞ୍ଚହେଲା ଏହି ମୋବାଇଲ ଆପ । ମୋବାଇଲ ଆପଟିର ନାଁ ‘ଇକୋର ୟାତ୍ରା’ ରଖାଯାଇଛି । ଯାହାକି ପ୍ରତ୍ୟେକ ସ୍ମାର୍ଟ ଫୋନରେ ଅନ୍ୟ ଆପ ଭଳି ସହଜରେ ବ୍ୟବହାର କରାଯାଇ ପାରିବ । ଡିଜିଟାଲ ଇଣ୍ଡିଆ ପଥରେ ଆଉ ଏକ ପାଦ ଥାପିଛି ପୂର୍ବତଟ ରେଳପଥ ।

publive-image

ଏହି ଆପ୍ ରେ ରଥଯାତ୍ରା ଟ୍ରେନ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ କରାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଆପଣଙ୍କ ହାତମୁଠାରେ ଆପଣ ରଥଯାତ୍ରା ସମୟରେ ସମସ୍ତ ପ୍ରକାର ଗମନା ଗମନ ସୁବିଧା ପାଇପାରିବେ ।

ରଥଯାତ୍ରା ପାଇଁ ଏହି ଆପରେ ରହିଛି :

ଚଳିତ ରଥଯାତ୍ରାରେ ରେଳଯାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ଲଜିଷ୍ଟିକ ସେବା ଯଥା-:

୧. ମେଳା କମ୍ପଲେକ୍ସ

୨. ଟିକେଟ କାଉଣ୍ଟରର୍ସ

୩. ବସାଘର( ଲଜିଙ୍ଗ ବ୍ୟବସ୍ଥା)

୪. ମେଡିକାଲ ତଥା ଫାଷ୍ଟ ଏଡ ସର୍ଭିସ

୫. ସିକ୍ୟୁରିଟୀ

୬.ବି.ଓ.ଭି

୭. ବୟସ୍କଙ୍କ ପାଇଁ ହ୍ୱିଲ ଚେୟାର ସହ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ସମସ୍ତ ପ୍ରକାର ତଥ୍ୟ ଉପଲବ୍ଧ କରାଯାଇଛି ।

publive-image

ଏହାଦ୍ୱାରା ରେଳଯାତ୍ରୀମାନେ ପୁରୀକୁ ଯାଉଥିବା ସ୍ୱତନ୍ତ୍ର ଟ୍ରେନ ବିଷୟରେ ସମସ୍ତ ତଥ୍ୟ ଗୋଟିଏ କ୍ଲିକରେ ପାଇପାରିବେ । ରଥଯାତ୍ରାରେ ରେଳଯାତ୍ରୀଙ୍କୁ କୌଣସି ସମସ୍ୟା ନହେବା ପାଇଁ ଏଭଳି ଆପ ସହାୟକ ହେବ । ଏବଂ ଏହାଦ୍ୱାରା ସରଳ ଏବଂ କମ ସମୟ ମଧ୍ୟରେ ପୁରୀକୁ ଯାତ୍ରା କରିବା ପାଇଁ ସହଜ ହେବ ।

ଗୁଗଲ ପ୍ଲେ ଷ୍ଟୋରରେ ଏହି ଆପକୁ ଆପଣ ଡାଉନଲୋଡ କରିପାରିବେ । ପୂର୍ବତଟ ରେଳପଥର ଅନ୍ୟାନ୍ୟ ସୁବିଧା ମଧ୍ୟ ଦୈନିକ ଏହି ଆପ ଜରିଆରେ ପାଇପାରିବେ । ଯେଉଁତିରେ ରହିଛି:

୧. ଟ୍ରେନ ଟିକେଟ( ଉଭୟ ସଂରକ୍ଷିତ ଓ ଅସଂରକ୍ଷିତ ) ଟିକେଟ ବୁକିଂର ସୁବିଧା ।

୨. ଖାଦ୍ୟପେୟ ବାବଦରେ ତଥ୍ୟ ପାଇପାରିବେ

୩. ରେଳ ସେବା ଅନୁସନ୍ଧାନ କରିବା ସହ ଅଭିଯୋଗ କରିବା ପାଇଁ ବ୍ୟବସ୍ଥା ରହିଛି ।

୪. ରିଟାୟାରିଂ ରୁମ ଏବଂ ଡର୍ମିଟୋରିଜ ରୁମ ବୁକିଂ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମହଜୁଦ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe