ବନ୍ୟା ବଢ଼ାଇବ ପୂର୍ଣ୍ଣମୀ, ସମୁଦ୍ର ଭିତରକୁ ପ୍ରବେଶ କରିପାରିବ ନାହିଁ ବନ୍ୟାପାଣି: ବିଶେଷଜ୍ଞ କଲେ ବଡ଼ ଧରଣର ବନ୍ୟା ଆଶଙ୍କା; ଏସଆରସି କହିଲେ, ପ୍ରଭାବିତ ହୋଇପାରେ କଟକ ଓ କେନ୍ଦ୍ରାପଡ଼ା

ଜଗତସିଂହପୁରରେ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

359

କନକ ବ୍ୟୁରୋ: ମାଡି ଆସୁଛି ବନ୍ୟା । ସକାଳୁ ସକାଳୁ ମୁଣ୍ଡଳିଠାରେ ପ୍ରାୟ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ୍ ପାଣି ପହଂଚିଛି । କିନ୍ତୁ ତଳମୁଣ୍ଡରେ ପୂର୍ଣ୍ଣିମା ବଢାଇବ ବନ୍ୟାର ପ୍ରକୋପ । ଆସନ୍ତା ୨ ତାରଖରେ ପୂର୍ଣ୍ଣିମା ରହିଛି । ଫଳରେ ଏହାରି ପ୍ରଭାବରେ ସମୁଦ୍ର ଭିତରକୁ ପ୍ରବେଶ କରିପାରିବ ନାହିଁ ବନ୍ୟାପାଣି । ଫଳରେ ଦୀର୍ଘ ସମୟ ଧରି ବନ୍ୟାପାଣି ଅଟକି ରହିବ । ଆଉ ଏହାର ପ୍ରଭାବରେ ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, ଜଗତସିଂପୁର ଆଦି ଜିଲ୍ଲାରେ ବନ୍ୟାର ଆଶଙ୍କା ରହିଛି । ଏମିତି କି ଓଡ଼ିଶାରେ ଏକ ବଡ଼ ବନ୍ୟାର ଆକଳନ କରିଛନ୍ତି ବିଶେଷଜ୍ଞ । ନଜର ପକାନ୍ତୁ କାହିଁକି ଏହି ବନ୍ୟା ଆଶଙ୍କା କରାଯାଉଛି ।

-ବର୍ତମାନ ଡେଲ୍ଟା ହେଡ୍ରେ ପ୍ରାୟ ୯ ଲକ୍ଷ କ୍ୟୁସେକ୍ ପାଣି

-ଆଗକୁ ଏହି ପରିମାଣ ବଢିଲେ ତଳିଆ ଅଂଚଳ ପାଇଁ ସମସ୍ୟା ବଢିବ

-ତଳ ଅତଡା ସବୁ ଖସି ସାରିଥିବା ବେଳେ ଆଗକୁ ଉପର ଅତଡା ଖସିବାର ସମ୍ଭାବନା ରହିଛି

-ଏବେ ସୃଷ୍ଟି ହୋଇଥିବା ଘାଇ ପରବର୍ତୀ ସମୟରେ ସମସ୍ୟା ସୃଷ୍ଟି କରିବ

-ଏହି ଘାଇ ପୁଣି ଖୋଲିଯିବା ସହ ବନ୍ୟା ସ୍ଥିତିକୁ ସଂଗୀନ କରିବା ଆଶଙ୍କା ରହିଛି

-ସେପ୍ଟେମ୍ବର ୨ରେ ପୂର୍ଣ୍ଣିମା ଅଛି

-ଫଳରେ ସମୁଦ୍ର ଭିତରକୁ ପ୍ରବେଶ କରିପାରିବ ନାହିଁ ବନ୍ୟାପାଣି

-କାରଣ ଜୁଆରି ସମୁଦ୍ର ବନ୍ୟାପାଣିର ବାଟ ଓଗାଳିବ

-ଫଳରେ ଦୀର୍ଘ ଦିନ ଧରି ଅଟକି ରହିବ ପାଣି

-ଏପରିକି ୭ରୁ ୮ ଦିନ ଯାଏଁ ବନ୍ୟା ପାଣି ଜମି ରହିବ

-ଲୋକଙ୍କ ଦୁର୍ଦ୍ଦଶା ବଢିବ

-ମହାନଦୀର ତଳମୁଣ୍ଡରେ ବିଶେଷ କରି କଟକ, ଜଗତସିଂହପୁର, ପୁରୀର କିଛି ଅଂଚଳରେ ଏହି ବନ୍ୟାର ପ୍ରଭାବ ଦେଖିବାକୁ ମିଳିବ

-ଘନତା ଦୃଷ୍ଟିରୁ ଏହା ମଧ୍ୟମ ହେଲେ ମଧ୍ୟ ଏହାର ପ୍ରଭାବ ବଡ ବନ୍ୟାପରି ରହିବ

-ଗତ ୨୦ ବର୍ଷରେ ୨୦୦୧, ୨୦୦୩, ୨୦୦୭, ୨୦୦୮, ୨୦୧୧ରେ ରାଜ୍ୟରେ ବନ୍ୟା ହୋଇଥିଲା

-୨୦୧୧ରେ ବଡ ବନ୍ୟା ହୋଇଥିବା ବେଳେ ଏହାଠାରୁ ସାମାନ୍ୟ କମ୍ ରହିବ ଚଳିତ ବନ୍ୟାର ପ୍ରଭାବ