ଚୀନ ବିଦେଶ ମନ୍ତ୍ରୀଙ୍କୁ ହତ୍ୟା । ଆମେରିକା ପାଇଁ ଗୁପ୍ତଚରଗିରି କରୁଥିଲେ ଚୀନ ବିଦେଶମନ୍ତ୍ରୀ କିନ୍‌ ଗ୍ୟାଙ୍ଗ । ରୁଷର ସୂଚନା ଆଧାରରେ ଚୀନ କଲା ହତ୍ୟା ।

295

ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍‌ ଗ୍ୟାଙ୍ଗଙ୍କ ହତ୍ୟା ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି । ହତ୍ୟା ପୂର୍ବରୁ କିନ୍‌ଙ୍କୁ ମଧ୍ୟ ନିର୍ଯାତନା ଦିଆଯାଉଥିବା ଦାବି କରାଯାଉଛି । ଜୁନ୍ ମାସରୁ ସେ ନିଖୋଜ ଥିଲେ ।  ଜୁଲାଇ ମାସରେ ତାଙ୍କୁ ମନ୍ତ୍ରୀ  ପଦରୁ ବହିଷ୍କାର କରାଯାଇଥିଲା ତ। ତାଙ୍କ ସ୍ଥାନରେ ୱାଙ୍ଗ ୟିଙ୍କୁ ନିୟୋଜିତ କରାଯାଇଥିଲା । ତାଙ୍କୁ ଜଣେ ଟିଭି ସାମ୍ବାଦିକଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ହୋଇଥିଲା ।

ଜୁନ୍ ମାସରୁ ଚୀନରେ ନିଖୋଜ ଥିବା ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କର ବର୍ତ୍ତମାନ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁର କାରଣ ତାଙ୍କୁ ଦିଆଯାଇଥିବା ନିର୍ଯାତନା ବୋଲି ଜଣାପଡିଛି । ଚାଇନାର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଥିବା ଏକ ସୂତ୍ର ଏହା ଦାବି କରିଛି । ଏପରିକି ସେ ଆମେରିକା ପାଇଁ ଗୁପ୍ତଚରଗିରି  କରୁଥିବାରୁ କିନ୍‌ଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଉଛି । ଆମେରିକାରେ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିବା ସମୟରେ ତାଙ୍କର ଜଣେ ଟିଭି ସାମ୍ବାଦିକାଙ୍କ ସହ ସମ୍ପର୍କ ଥିବାର ଅଭିଯୋଗ ହୋଇଥିଲା ।

ଆମେରିକାର ଏକ ପତ୍ରିକା ଦାବି କରିଛି ଯେ କିନ୍‌ଙ୍କ ଗୁପ୍ତଚର ବିଷୟରେ ରୁଷ ମଧ୍ୟ ଚୀନ୍‌କୁ ଚେତାବନୀ ଦେଇଥିଲା । ଜୁଲାଇରେ ଚୀନ୍‌ର ପୂର୍ବତନ ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଙ୍କୁ ତାଙ୍କ ପଦରୁ ବରଖାସ୍ତ କରାଯାଇଥିଲା । ୱାଙ୍ଗ ୟି ଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତ କରାଯାଇଥିଲା । ସେବେଠାରୁ ତାଙ୍କ ବିଷୟରେ ଖୋଜଖବର ନଥିଲା । ବର୍ତ୍ତମାନ ରଏଟର୍ସ ରିପୋର୍ଟ ଦାବି କରିଛି ଯେ କିନ୍ ଗ୍ୟାଙ୍ଗ ଏହି ଦୁନିଆରେ ଆଉ ନାହାଁନ୍ତି । ବେଜିଂର ଏକ ସାମରିକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ଏହା ହେଉଛି ସେହି ଡାକ୍ତରଖାନା ଯେଉଁଠାରେ ଦେଶର ବରିଷ୍ଠ ନେତାମାନେ ଚିକିତ୍ସା ହୁଅନ୍ତି ।

ଆମେରିକାର ଟିଭି ସାମ୍ବାଦିକାଙ୍କ ସହ ସମ୍ପର୍କ ଥିଲା

ଚୀନର ବୈଦେଶିକ ମନ୍ତ୍ରୀ ହେବା ପୂର୍ବରୁ କିନ୍ ଗ୍ୟାଙ୍ଗ ଆମେରିକାରେ ରାଷ୍ଟ୍ରଦୂତ ଥିଲେ । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିବାହିତ କିନ୍ ଗ୍ୟାଙ୍ଗଙ୍କର  ଆମେରିକାର ଜଣେ ଟିଭି ସାମ୍ବାଦିକାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଏହି ମାମଲାରେ ତାଙ୍କ ବିରୋଧରେ ତଦନ୍ତ ମଧ୍ୟ ଚାଲିଥିଲା । ଚୀନ୍‌ର ଜାତୀୟ ନିରାପତ୍ତାକୁ କ୍ଷୁର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିବାରୁ ଏହି ଅନୁସନ୍ଧାନ ଆରମ୍ଭ ହୋଇଥିଲା । ତେବେ ସେ ଏହି ଯାଞ୍ଚରେ  ସହଯୋଗ କରୁଥିବା ଦାବି କରାଯାଇଛି ।

ଆମେରିକାରେ ଏକ ସନ୍ତାନ ଜନ୍ମ ହୋଇଥିଲା

ଏପରିକି ଦାବି ହେଉଛି ଯେ ସେ ଆମେରିକାରେ ଚୀନ୍‌ର ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା ଏବଂ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ନିଜେ ଏହାର ଅନୁସନ୍ଧାନ କରୁଥିଲା । ଏହା ମଧ୍ୟ ପ୍ରକାଶ ପାଇଛି ଯେ ଆମେରିକାରେ କିନ୍ ନିଯୁକ୍ତ ଥିବା ସମୟରେ ସେଠାରେ ତାଙ୍କ ଔରସରୁ ଏକ ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଏହି ସୂଚନା ସାମ୍ନାକୁ ଆସିବାର କିଛି ଦିନ ପରେ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଥିଲା । ବିଶେଷ କଥା ହେଉଛି କିନ୍‌ଙ୍କ ପ୍ରେମସମ୍ପର୍କ ଏବଂ ଆମେରିକାରେ ତାଙ୍କ ସନ୍ତାନର ଜନ୍ମ ବିଷୟରେ ସୂଚନା ଆସିବା ବେଳକୁ ସେ ନିଖୋଜ ହୋଇଯାଇଥିଲେ ।

ଜିନପିଙ୍ଗଙ୍କୁ ରୁଷ ସୂଚନା ଦେଇଥିଲା

ଆମେରିକାର ପତ୍ରିକା ‘ପଲିଟିକୋ’ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ରୁଷର ଉପ ବୈଦେଶିକ ରୁଡେଙ୍କୋ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକ ବାର୍ତ୍ତା ପଠାଇ ତାଙ୍କୁ କିନ୍ ଙ୍କ  ଗୁପ୍ତଚରଗିରି ବିଷୟରେ ସୂଚନା ଦେଇଥିଲେ ।  ରିପୋର୍ଟରେ ଦର୍ଶାଯାଇଛି ଯେ ରୁଷ ଏହି ବାର୍ତ୍ତାରେ କହିଛି ଯେ ଚୀନ୍‌ର ରକେଟ୍ ଫୋର୍ସ ଯୋଜନା ସହ ଜଡିତ ଅଧିକାରୀମାନେ ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥା ପାଇଁ ଗୁପ୍ତଚର କରିଛନ୍ତି । ଏହା ପରେ କିନ୍ ହଠାତ୍ ନାଟକୀୟ ଢଙ୍ଗରେ ଅଦୃଶ୍ୟ ହୋଇଗଲେ । କେବଳ ଏହା ପରେ ହିଁ ସେମାନଙ୍କ ସମ୍ପର୍କର ଖବର ମଧ୍ୟ ଆସିବାକୁ ଲାଗିଲା ।

ଏହି ପ୍ରେମ ସମ୍ପର୍କ ଖବର ମିଥ୍ୟା ଥିଲା କି?

କିନ୍‌ଙ୍କ ନିଖୋଜ ହଠାତ୍ ତାଙ୍କ ମୃତ୍ୟୁ ଖବର ଏବଂ ବର୍ତ୍ତମାନ ତାଙ୍କୁ ନିର୍ଯାତନା ଦିଆଯାଉଥିବା ଖବର ଅନେକ ପ୍ରଶ୍ନ ସୃଷ୍ଟି କରିଛି । ବିଶ୍ୱାସ କରାଯାଏ ଯେ ଚୀନ୍ ସୁଚିନ୍ତିତ ଭାବେ କିନ୍ ଙ୍କ ପ୍ରେମ ସମ୍ପର୍କ ଖବର ପ୍ରସାରଣ କରିଥିଲା । ଏହା ବିଶ୍ବାସ  କରାଯାଏ ଯେ କିନ୍ କୁ ବଦନାମ କରିବା ପାଇଁ ଚୀନ୍ ଏହି ଷଡଯନ୍ତ୍ର କରିଥିଲା, ଯେତେବେଳେ କିନ୍ ନିଖୋଜ ହୋଇଯିବେ, ସେତେବେଳେ ଲୋକମାନେ ଭାବିବେ ଯେ ସେ ନିଜ ମୁହଁ ଲୁଚାଇ କୌଣସି ସ୍ଥାନକୁ ପଳାଇଛନ୍ତି ।  ବର୍ତ୍ତମାନ କିନ୍ ଙ୍କ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ଚୀନ୍ ପ୍ରକୃତ ଚେହେରା ସାମନାକୁ ଆସିଛି ।  ଏହା ସହିତ ଚୀନ୍‌ର ନିଖୋଜ ପ୍ରତିରକ୍ଷା ମନ୍ତ୍ରୀ ଲି ଶାଙ୍ଗଫୁଙ୍କ ନିଖୋଜକୁ ନେଇ ଏକ ବିତର୍କ ମଧ୍ୟ ଆରମ୍ଭ ହୋଇଛି ।