ବାପା ହେବ ତ ଏମିତି ! ମାଟ୍ରିକ ପରୀକ୍ଷାରେ ପୁଅ ଫେଲ୍ ହେବାରୁ ଗାଁ ଲୋକଙ୍କୁ ମିଠା ବାଣ୍ଟିଲେ ବାପା।
ସୁଚନା ମୁତାବକ, ପରୀକ୍ଷା ଫଳ ପ୍ରକାଶ ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦର ଶିବାଜୀ ବୋର୍ଡ଼ରେ ପଢ଼ୁଥିବା ଆଶୁ ବ୍ୟାସ୍ ନାମକ ଛାତ୍ର ୬ ଟି ବିଷୟରୁ ୪ଟି ବିଷୟରେ ଅସଫଳ ହୋଇଥିଲେ । ପୁଅର ଫେଲ୍ ହେବା କଥା ଶୁଣି ଆଶୁଙ୍କ ବାପା ସୁରେନ୍ଦ୍ର କୁମାର ବ୍ୟାସ୍ ରାଗିବା ପରିବର୍ତ୍ତେ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ । ସବୁ ମାତା-ପିତା ଏଭଳି ଖବର ଶୁଣିବା ପରେ ନିଜ ପିଲାମାନଙ୍କୁ ତାଗିଦ୍ କରିବା ସହ ରାଗିଥାନ୍ତି । କିନ୍ତୁ ତାହାର ଠିକ୍ ବିପରୀତ କରିଥିଲେ ସୁରେନ୍ଦ୍ର କୁମାର ବ୍ୟାସ୍ ।
Comments are closed.