କନକ ବ୍ୟୁରୋ : କତରରେ ୮ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଆଶ୍ୱସ୍ତି ମିଳିଛି । କତର ସରକାର ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଭାରତ ସରକାରଙ୍କ ଆବେଦନ ପରେ ଏହି ମୃତ୍ୟୁଦଣ୍ଡ ଟଳିଛି । ଏହି ମୃତ୍ୟୁଦଣ୍ଡ ଏବେ କତର ସରକାର କୋହଳ କରିଛନ୍ତି ।

Advertisment

ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଭାରତ ସରକାରଙ୍କ ତରଫରୁ ଏନେଇ କତର କୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଏଥିରେ ପ୍ରଥମେ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ କୋହଳ କରାଯାଇଛି । କତରରେ ଭାରତୀୟ ରାଜଦୂତ, ଅନ୍ୟ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ । ବିଦେଶ ମନ୍ତ୍ରଣାଳୟ କହିଛି କି, ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଥିଲେ ଓ ଆଗକୁ ମଧ୍ୟ ରହିବେ । ମାମଲାର ଗୋପନୀୟତା ଓ ସମ୍ବେଦନଶୀଳତାକୁ ନଜରରେ ରଖି ବିଦେଶମନ୍ତ୍ରଣାୟ ଅଧିକ ଟିପ୍ପଣୀ କରିନାହିଁ   ।