କନକ ବ୍ୟୁରୋ : କୁକୁଡ଼ା ଫାର୍ମରେ ପଶିଲା ଅଜଗର । ୧୦ରୁ ଅଧିକ କୁକୁଡ଼ା ଗିଳିବା ସହ ୧୪ କୁକୁଡ଼ାଙ୍କୁ ମାରିଦେଇଛି ଏହି ବିରାଟକାୟ ଅଜଗର । ଅନୁଗୁଳ ଜିଲ୍ଲା ବନ୍ତଳା ଧୋକୁଟା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଜନକ ସାହୁ ତାଙ୍କ କୁକୁଡ଼ା ଫାର୍ମରେ ଅଜଗର ପଶିଥିବା ଦେଖି ସ୍ନେକ ହେଲଫ ଲାଇନକୁ ଖବର ଦେଇଥିଲେ ।

Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣାସ୍ଥଳରେ ସ୍ନେକ ହେଲଫ ଲାଇନ ସଦସ୍ୟ ପହଞ୍ଚି ସାପଟିକୁ ଧରି ରେଞ୍ଜ ଅଫିସକୁ ନେଇଆସିଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶ କ୍ରମେ କରତପଟା ବିଟ୍ ଠାରୁ ୨ଜଣ ବନ କର୍ମଚାରୀ ଅଜଗରଟିକୁ ସାତକୋଶିଆ ଅଭୟାରଣ୍ୟରେ ଭିତରେ ଛାଡ଼ିଥିଲେ ।