ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଉସ୍ତାଗଜନ୍ନାଥପୁର ଗ୍ରାମ ନିକଟରୁ ଏକ ୧୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର ହୋଇଛି । ଉଦ୍ଧାର ସାପର ଓଜନ ପ୍ରାୟ ୧୬ କେଜିରୁ ଅଧିକ ରହିଥିବା ବେଳେ ବୟସ ପ୍ରାୟ ୧ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗ୍ରାମବାସୀଙ୍କ ଠାରୁ ଖବରପାଇ ପିପଲ୍ ଫର ଆନିମଲର କର୍ମକର୍ତ୍ତାମାନେ ସାପକୁ ସେଠାରୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ପକ୍ଷରୁ ସାପଟିକୁ ନିକଟସ୍ଥ ରତ୍ନେଇ ପାହାଡରେ ଛଡାଯାଇଛି ।
ଦିଗପହଣ୍ଡି : ଉଦ୍ଧାର ହେଲା ୧୫ ଫୁଟ ଲମ୍ବର ଅଜଗର
/kanak/media/post_attachments/wp-content/uploads/2016/10/vlcsnap-2016-10-15-16h38m05s126.png)