ବରଗଡ ଅଂଚଳରେ ଆଡିବନ୍ଧ ପାଇପରେ ଫଶିଗଲା ଅଜଗର! ଉଦ୍ଧାର ବେଳେ ଆହତ, ଅସ୍ତ୍ରୋପଚାର ପରେ ଛଡାଗଲା ଜଙ୍ଗଲରେ

122

କନକ ବ୍ୟୁରୋ: ଆହତ ଅଜଗରର ଅପରେସନ । ଏଭଳି ଅପରେସନ ହୋଇଛି ବରଗଡ ପଶୁ ଡାକ୍ତରଖାନାରେ । ବରଗଡର ବରପାଲିରେ ଆଡିବନ୍ଧ ପାଇପରେ ଫଶିଯାଇଥିଲା ଅଜଗର ସାପ । ଏହାକୁ ଉଦ୍ଧାର ପାଇଁ ବନ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା ।

ଶେଷରେ ଜେସିବି ସହାୟତାରେ ବନ୍ଧକୁ ଖୋଳାଯାଇ ସାପକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କରାଯିବା ସମୟରେ ସାପ ଶରୀରର ଦୁଇଟି ସ୍ଥାନରେ ଗଭୀର ଆଘାତ ଲାଗିଥିଲା । ଉଦ୍ଧାରକାରୀ ଦଳ ସାପଟିକୁ ଚିକିତ୍ସା କରାଇଥିଲେ । ସାପ ଶରୀରର ଅସ୍ତ୍ରୋପଚାର କରାଯାଇ ୧୮ଟି ଷ୍ଟିଚ ପକାଯାଇଥିଲା । ପରେ ସାପଟିକୁ ବରଗଡ ବନାଞ୍ଚଳରେ ଛାଡିଦିଆଯାଇଛି ।