ଶୈାଚ ହେବାପାଇଁ ଯାଇଥିଲେ ଗାଧୁଆଘର : ସେଠାରେ ଯାହା ଦେଖିଲେ ତାହା ଶୁଣିଲେ ଉଡିଯିବ ହୋସ

Advertisment
ଶୈାଚ ହେବାପାଇଁ ଯାଇଥିଲେ ଗାଧୁଆଘର : ସେଠାରେ ଯାହା ଦେଖିଲେ ତାହା ଶୁଣିଲେ ଉଡିଯିବ ହୋସ

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଏମିତି ଘଟଣା ଘଟିଛି ଯାହାକୁ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି। ଜଣେ ମହିଳା ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କ ଟଏଲେଟ ଭିତରୁ ୧.୨ମିଟର ଲମ୍ବା ସାପ ବହାରି ଥିବା ଜଣାପଡ଼ିଛି। ନିକଟରେ ଅଷ୍ଟ୍ରେଲିଆର କରେନ୍ସରେ ବସବାସ କରୁଥିବା ଜଣେ ମହିଳା ଶୌଚ ହେବାକୁ ଯାଇଥିବା ସମୟରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ। ସେ ସେଠାରୁ ଜୀବନ ବଞ୍ଚାଇ କିପରି ଆସିବେ ତାଙ୍କୁ କିଛି ବୁଦ୍ଧିବାଟ ଦିଶି ନ ଥିଲା। ଟଏଲେଟରେ ସାପ ଥିବାର ଫଟୋକୁ Cairns Snake Removals ଫେସ୍‌ବୁକ୍‌ରେ ସେୟାର କରି ଲେଖିଛନ୍ତି, ପ୍ରତିବର୍ଷ ବର୍ଷା ଦିନେ ସାପ ଟଏଲେଟ ପାଇପ୍‌ ଦେଇ ଚାଲି ଆସିଥାଏ। ତେଣୁ ଏ ସମୟରେ ଟଏଲେଟ ଯିବା ସମୟରେ ସଚେତନତା ଅବଲମ୍ବନ କରିବା ନିହାତି ଆବଶ୍ୟକ। ଟଏଲେଟରେ ସାପ ଥିବା ଖବର ପାଇବା ପରେ ଏହାକୁ ଡେବିଡ ଓ୍ଵାଲ୍ଟର ଧରିଥିଲେ। ତାଙ୍କ ମୁତାବକ ସାପର ଲମ୍ବ ୧.୨ ମିଟର ଲମ୍ବା ଥିଲା। ଏହି ସାପ ତିନି ମିଟର ପର୍ଯ୍ୟନ୍ତ ଲମ୍ବା ହୋଇପାରେ। ଏହି ସାପକୁ ଧରିବା ପରେ ନଦୀରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe