ପ୍ୟାରୀ ବାବୁଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ : ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚାଲିଛି ପ୍ୟାରୀମୋହନ ମହାପାତ୍ରଙ୍କ ଚିକିତ୍ସା

17

କନକ ବ୍ୟୁରୋ : ଭେଂଟିଲେଟରରେ ଓଡ଼ିଶା ରାଜନୀତିର ଚାଣକ୍ୟ । ପୂର୍ବତନ ସାଂସଦ ତଥା ଓଡିଶା ଜନମୋର୍ଚ୍ଚାର ମୁଖ୍ୟ ପ୍ୟାରିମୋହନ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା । ତାଙ୍କୁ ଭେଂଟିଲେଟରରେ ରଖାଯାଇଥିବା ବେଳେ ତାଙ୍କର ଏକାଧିକ ଅଙ୍ଗ ଅଚଳ ହୋଇପଡିଥିବା ସୂଚନା ମିଳିଛିା ଗତ କିଛି ମାସ ହେଲା ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

ପ୍ୟାରୀମୋହନ ମହାପାତ୍ରଙ୍କ ପତ୍ନୀ କନକ ନ୍ୟୁଜକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ଗତକାଲି ହଠାତ୍ ବିଗିଡି ଯାଇଥିଲା ପ୍ୟାରୀ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା । ପ୍ୟାରୀଙ୍କ ଅବସ୍ଥା ସଂକଟାପନ୍ନ ଥିଲେ ସୁଦ୍ଧା ସେ ବିପଦମୁକ୍ତ ଥିବା ଜଣାପଡିଛି । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଗତବର୍ଷ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବାବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ପ୍ରାୟ ୪ ମାସ ହେଲା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ତେବେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିବା କୁହାଯାଉଛି ।