ପୂର୍ତ୍ତବିଭାଗର ନିର୍ମାଣ ସମୀକ୍ଷା ! ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟା କଡ଼ାକଡ଼ି ପାଳନ ପାଇଁ ଅଧିକ୍ଷଣ ଯନ୍ତ୍ରୀଙ୍କ ନିର୍ଦ୍ଦେଶ

33

କନକ ବ୍ୟୁରୋ : କଟକ ଜିଲ୍ଲା ଓ ଏହାର ଆଖପାଖ ଅଂଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ନିର୍ମାଣ କାମର ଆଜି କଟକରେ ସମୀକ୍ଷା କରାଯାଇଛି । ଅଧିକ୍ଷଣ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାରେ ବିଭିନ୍ନ ରାସ୍ତା, ଓଭରବ୍ରିଜ ଓ ବିଲ୍ଡିଂ ପ୍ରକଳ୍ପର ଗୁଣବତାକୁ ନେଇ ସମୀକ୍ଷା ହୋଇଛି । ନିମ୍ନ ମାନର କାମ ଯୋଗୁଁ ରାଜ୍ୟରେ ଯେଭଳି ବିଭିନ୍ନ ବ୍ରିଜ ଭୁଶୁଡି ପଡିଥିବାର ଅଭିଯୋଗ ଆସିଛି ତାକୁ ନେଇ ବିଶେଷ କରି କର୍ମଶାଳାରେ ଚର୍ଚ୍ଚା ହୋଇଛି । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରକ୍ରିୟାକୁ କଭଳି କଡାକଡି ପାଳନ କରାଯିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି । ଏପରିକି ବିଭାଗୀୟ ଅଧିକାରୀମାନେ ଏହାର ଖିଲାପ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଅଧିକ୍ଷଣ ଯନ୍ତ୍ରୀ