ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ନେଇ ପ୍ରତିକ୍ରିୟା ରଖିଲା ଅଭିଭାବକ ସଂଘ : କହିଲେ, ହଠାତ ପାଠପଢ଼ା ଓ ପରୀକ୍ଷାର ଚାପ ନଦିଅନ୍ତୁ ସ୍କୁଲ କର୍ତୃପକ୍ଷ

Advertisment
ଛାତ୍ରଛାତ୍ରୀଙ୍କ ସ୍କୁଲ ଯିବା ନେଇ ପ୍ରତିକ୍ରିୟା ରଖିଲା ଅଭିଭାବକ ସଂଘ : କହିଲେ, ହଠାତ ପାଠପଢ଼ା ଓ ପରୀକ୍ଷାର ଚାପ ନଦିଅନ୍ତୁ ସ୍କୁଲ କର୍ତୃପକ୍ଷ

କନକ ବ୍ୟୁରୋ : ୧୪ ତାରିଖରୁ ଖୋଲିବ ସ୍କୁଲ । ଦୁଇବର୍ଷ ପରେ ପିଲାମାନେ ଯିବେ ସ୍କୁଲ । ତେବେ ସୋମବାରରୁ ସ୍କୁଲ ଖୋଲାଯିବାକୁ ଥିବାବେଳେ ଅଭିଭାବକ ମହାସଂଘ ପ୍ରତିକ୍ରିୟା ରଖିଛି । ମହାସଂଘ କହିଛି, ହଠାତ୍ ପାଠପଢା ଓ ପରୀକ୍ଷାର ଚାପ ନଦିଅନ୍ତୁ ସରକାର । ଅଭିଭାବକମାନେ ଚାହୁଁଛନ୍ତି ପ୍ରଥମେ ସ୍କୁଲ ଖୋଲାଯାଉ ଓ ପରେ ପରୀକ୍ଷା କରାଯାଉ, ପିଲାମାନଙ୍କୁ ଚାପଗ୍ରସ୍ତ କରାନଯାଉ ।

ଯଦି ପିଲା ଚାପଗ୍ରସ୍ତ ହୁଅନ୍ତ ତାହାହେଳେ ସ୍କୁଲ ଯିବାକୁ ଡକିବେ ଓ ଲୁଚିବେ । ଗୋଟିଏ ସମୟରେ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ଲାଗି ଏକାଡେମିର କ୍ୟାଲେଣ୍ଡର ଆରମ୍ଭ ହେଉ । ଦୁଇମାସ ପାଠପଢାଯାଉ ଓ ପରୀକ୍ଷା ହେଉ ବୋଲି ନିବେଦନ କରିଛି ଅଭିଭାବକ ସଂଘ । ସେହିଭଳି ପିଲାମାନେ ଯେଭଳି ଚାପଗ୍ରସ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ କହିଛନ୍ତି ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe