କନକ ବ୍ୟୁରୋ : ୧୪ ତାରିଖରୁ ଖୋଲିବ ସ୍କୁଲ । ଦୁଇବର୍ଷ ପରେ ପିଲାମାନେ ଯିବେ ସ୍କୁଲ । ତେବେ ସୋମବାରରୁ ସ୍କୁଲ ଖୋଲାଯିବାକୁ ଥିବାବେଳେ ଅଭିଭାବକ ମହାସଂଘ ପ୍ରତିକ୍ରିୟା ରଖିଛି । ମହାସଂଘ କହିଛି, ହଠାତ୍ ପାଠପଢା ଓ ପରୀକ୍ଷାର ଚାପ ନଦିଅନ୍ତୁ ସରକାର । ଅଭିଭାବକମାନେ ଚାହୁଁଛନ୍ତି ପ୍ରଥମେ ସ୍କୁଲ ଖୋଲାଯାଉ ଓ ପରେ ପରୀକ୍ଷା କରାଯାଉ, ପିଲାମାନଙ୍କୁ ଚାପଗ୍ରସ୍ତ କରାନଯାଉ ।
ଯଦି ପିଲା ଚାପଗ୍ରସ୍ତ ହୁଅନ୍ତ ତାହାହେଳେ ସ୍କୁଲ ଯିବାକୁ ଡକିବେ ଓ ଲୁଚିବେ । ଗୋଟିଏ ସମୟରେ ଉଭୟ ଇଂରାଜୀ ଓ ଓଡିଆ ମାଧ୍ୟମ ଲାଗି ଏକାଡେମିର କ୍ୟାଲେଣ୍ଡର ଆରମ୍ଭ ହେଉ । ଦୁଇମାସ ପାଠପଢାଯାଉ ଓ ପରୀକ୍ଷା ହେଉ ବୋଲି ନିବେଦନ କରିଛି ଅଭିଭାବକ ସଂଘ । ସେହିଭଳି ପିଲାମାନେ ଯେଭଳି ଚାପଗ୍ରସ୍ତ ନ ହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ କହିଛନ୍ତି ଡାକ୍ତର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/33-10.jpg)