ଆକାଶରେ ଉଡିଲେ ସିନ୍ଧୁ: ତେଜସ୍ ବିମାନରେ ବ୍ୟାଡମିଂଟନ ଷ୍ଟାର ସିନ୍ଧୁ ଭରିଲେ ଉଡାଣ

174

କନକ ବ୍ୟୁରୋ: ଭାରତର ଶ୍ରେଷ୍ଠ ବ୍ୟାଡମିଂଟନ ତଥା ଅଲମ୍ପିକରେ ରୋପ୍ୟ ପଦକ ହାସଲ କରିଥିବା ପିଭି ସିନ୍ଧୁ ଆଜି ବେଙ୍ଗୁଲୁରରେ ଅନୁଷ୍ଠିତ ହେଉଥିବା ଏରୋ ଇଣ୍ଡିଆ ଏୟାର ଶୋରେ ଅଂଶ ଗ୍ରହଣ କରିଛନ୍ତି । ସିନ୍ଧୁ ତେଜସର ସହଯୋଗୀ ପାଇଲଟ ଭାବେ ମହିଳା ଦିବସ ଅବସରରେ ଅଂଶ ଗ୍ରହଣ କରିବେ ବୋଲି ପୂର୍ବରୁ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା ।

ଆଜି ସିନ୍ଧୁକୁ ଗ୍ରୀନ କଲର ୟୁନିଫର୍ମରେ ବିମାନରେ ଚଢୁଥିବାର ଦେଖିବାକୁ ମିଳିଥିଲା । ପରେ ସିଡିରେ ଚଢି ଚଢି ଯାଇ ଉଡାଣରେ ସାମିଲ ହୋଇଥିଲେ । ଏବେ ଅଲ ଇଣ୍ଡିଆ ବ୍ୟାଡମିଂଟନ ଚ୍ୟାମ୍ପିୟାନସିପ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସିନ୍ଧୁ । ମ୍ୟାଚଟି ଆସନ୍ତା ମାର୍ଚ୍ଚ୬ରୁ ୧୦ ଯାଏଁ ବ୍ରର୍ମିହାମରେ ଅନୁଷ୍ଠିତ ହେବ ।