କୋରିଆ ଓପନ ସୁପର ସିରିଜ ହାତେଇଲେ ପି ଭି ସିନ୍ଧୁ : ୱାଲର୍ଡ ଚାମ୍ପିଅନ ନୋଜମି ଓକୁହାରାଙ୍କୁ ହରାଇ ହେଲେ ଚାମ୍ପିଅନ

28

କନକ ବ୍ୟୁରୋ : ଇତିହାସ ରଚିଲେ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ । କୋରିଆ ସୁପର ସିରିଜ ଉପରେ କବଜା କରିଛନ୍ତି ଭାରତୀୟ ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ । ଅଲମ୍ପିକର ସିଲଭର ମେଡାଲିଷ୍ଟ ରହିସାରିଥିବା ପିଭି ସିନ୍ଧୁ ରବିବାର ଫାଇନାଲରେ ଜାପାନର ନୋଜୋମୀ ଓକୁହାରାଙ୍କୁ ୨୨-୨୦,୨୧-୧୧,୨୧-୧୮ରେ ମାତ୍ ଦେଇଛନ୍ତି । କୋରିଆ ସୁପର ସିରିଜରେ କବଜା କରିବାରେ ସିନ୍ଧୁ ପ୍ରଥମ ଭାରତୀୟ ଖେଳାଳୀ ଭାବେ ଇତିହାସ ରଚିଛନ୍ତି ।