ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ପରେ ନିରାଶ କଲେ ପିଭି ସିନ୍ଧୁ, ନିଖତ ଜରିନ । ପ୍ରଥମ ରାଉଣ୍ଡରୁ ବିଦା ହେଲେ ଦୁଇଥରର ପଦକ ବିଜେତା

Advertisment
ସ୍ୱପ୍ନିଲ କୁଶାଲେ ବ୍ରୋଞ୍ଜ ପଦକ ପରେ ନିରାଶ କଲେ ପିଭି ସିନ୍ଧୁ, ନିଖତ ଜରିନ । ପ୍ରଥମ ରାଉଣ୍ଡରୁ ବିଦା ହେଲେ ଦୁଇଥରର ପଦକ ବିଜେତା

କନକ ବ୍ୟୁରୋ : ନିରାଶ କଲେ ପିଭି ସିନ୍ଧୁ, ନିଖତ ଜରିନ ଓ ସ୍ବାତ୍ତିତ ଚୀରାଗ । ବ୍ୟାଡମିଣ୍ଟନରେ ଦୁଇଥର ଅଲିମ୍ପିକରେ ପଦକ ଜିତିଥିବା ପିଭି ସିନ୍ଧୁ ଭାରତୀୟଙ୍କୁ ନିରାସ କରିଛନ୍ତି। ହାରିବା ସହ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି ସିନ୍ଧୁ। ସେହିପରି ଭାରତର ପଦକ ଦାବିଦାର ଦୁଇ ଥରର ବିଶ୍ବଚାମ୍ପିୟନ ନିଖତ ଜରିନ୍ ହାରିବା ଭାରତ ପାଇଁ ସବୁଠୁ ଦୁଖଃଦାୟକ ଥିଲା। ପ୍ୟାରିସ ଅଲିମ୍ପିକ୍ସରେ ପ୍ରବେଶ କରିବା ପୂର୍ବରୁ ଜରିନ୍ ୨ ଥର ବିଶ୍ବ ଟାଇଟଲ ହାସଲ କରିଥିଲେ। କିନ୍ତୁ ଗତକାଲି ସେ ଏସୀୟ ଚାମ୍ପିୟନ ଚୀନର ଉ ୟୁଙ୍କ ଠାରୁ ୦-୫ ଗୋଲରେ ଶୋଚନୀୟ ପରାଜୟବରଣ କରିଥିଲେ। ଦୁଇ ଦୁଇ ଥରର ବିଶ୍ବ ଚାମ୍ପିୟନଙ୍କ ଏଭଳି ପରାଜୟ ଭାରତୀୟଙ୍କୁ ନିରାସ କରିଛି। ଏଥିସହ ବ୍ୟାଡମିଣ୍ଟନ ଡବ୍ଲସରେ ପଦକ ଆଶା ଥିବା ପିଭି ସିନ୍ଧୁ ଓ ସାତ୍ତ୍ବିକ ଚିରାଗ ଯୋଡୀଙ୍କୁ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ହକିରେ ଭାରତ ଲିଗ ପର୍ୟ୍ୟାୟ ପାଇଁ ମନୋନିତ ହୋଇଥିଲେ ମଧ୍ୟ ଗତକାଲି ବେଲଜିୟମଠୁ ୨-୧ ଗୋଲରେ ହାରିଥିଲା ଦଳ। ମହିଳା ସୁଟର ଅଞ୍ଜୁମ ମୌଦଗିଲ ଓ ସିଫ୍ଟ କୌର ସାମରା ମଧ୍ୟ ନିରାଶ କରିଥିଲେ। ପ୍ୟାରିସ୍ ଅଲିମ୍ପିକ୍ସରେ ଷଷ୍ଠ ଦିବସରେ ଭାରତକୁ ଗୋଟିଏ ବ୍ରୋଞ୍ଜ ପଦକ ମିଳିଥିଲା। ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ବପ୍ନିଲ କୁଶାଲେ ବ୍ରୋଜ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe