ପିଭି ସିନ୍ଧୁଙ୍କ ଆଉ ଏକ ବିଜୟ : ହଙ୍ଗକଙ୍ଗର ଚିଉଙ୍ଗଙ୍କୁ ୨୧-୯, ୨୧-୧୬ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲକୁ ଉନ୍ନିତ

140

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସରେ ପି.ଭି ସିନ୍ଧୁଙ୍କ ଆଉ ଏକ ବିଜୟ । ତାଙ୍କ ଦ୍ୱିତୀୟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ହଂକଂର ଖେଳାଳି ଚିୟୁଙ୍ଗଙ୍କୁ ହରାଇଛନ୍ତି ପି.ଭି ସିନ୍ଧୁ । ପ୍ରଥମ ଗେମ୍ ୨୧-୯ ଓ ଦ୍ୱିତୀୟ ଗେମ୍ ୨୧-୧୬ରେ ଜିତି ନେଇଛନ୍ତି । ଏହି ସହଜ ବିଜୟ ସହ ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି । ସିନ୍ଧୁ ତାଙ୍କ ପ୍ରଥମ ମ୍ୟାଚରେ ଇସ୍ରାଏଲ ପ୍ରତିପକ୍ଷକୁ ହରାଇଥିଲେ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ । ଟୋକିଓ ଅଲିମ୍ପିକ୍ସରେ ସିନ୍ଧୁଙ୍କଠାରୁ ଭାରତ ସ୍ୱର୍ଣ୍ଣ ପଦକ ଆଶା ରଖିଛି ।