ପୁଣି ୩ଜଣଙ୍କୁ ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଚୌଧୁରୀ ଚରଣ ସିଂଙ୍କ ସହ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନଙ୍କୁ ମରଣୋତ୍ତର ସମ୍ମାନ ।

Advertisment
ପୁଣି ୩ଜଣଙ୍କୁ ଭାରତ ରତ୍ନ ଘୋଷଣା କଲେ କେନ୍ଦ୍ର ସରକାର । ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓ, ଚୌଧୁରୀ ଚରଣ ସିଂଙ୍କ ସହ ଡକ୍ଟର ଏମ୍ଏସ୍ ସ୍ୱାମୀନାଥନଙ୍କୁ ମରଣୋତ୍ତର ସମ୍ମାନ ।

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂହ ଏବଂ ପ୍ରସିଦ୍ଧ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ, ପିଭି ନରସିଂହ ରାଓ ଏବଂ ବିଶିଷ୍ଟ ବୈଜ୍ଞାନିକ ଏମଏସ ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାବେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ମୋଦି ସରକାର ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯିବ। ମୋଦି ସରକାର ନିଜ ୧୦ ବର୍ଷର କାର୍ୟ୍ୟକାଳ ମଧ୍ୟରେ ଏପର୍ୟ୍ୟନ୍ତ ୧୦ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe