କନକ ବ୍ୟୁରୋ: ୟୁକ୍ରେନରେ ଆକ୍ରମଣ କରିସାରିଛି ଋଷ । ଏକାଧିକ ସ୍ଥାନରେ ବିସ୍ଫୋରଣ କରିବା ସହ ରକେଟ୍ ମାଡ କରିଛି । ଏଥିରେ ଶତାଧିକ ୟୁକ୍ରେନବାସୀ ପ୍ରାଣ ହରାଇଥିବା ସ୍ପଷ୍ଟ କରିଛନ୍ତି ୟୁକ୍ରେନର ଗୃହମନ୍ତ୍ରୀ । ଅନ୍ୟପଟେ ଏହାକୁ ମିଥ୍ୟା ତଥ୍ୟ ବୋଲି କହିଛି ଋଷ । ଯୁଦ୍ଧ ମଧ୍ୟରେ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ଦାୟିତ୍ୱକୁ ଗୁରୁତ୍ୱ ଦେଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ତାଙ୍କର ଯୁଦ୍ଧ ୟୁକ୍ରେନ୍ ସରକାର ସହ ୟୁକ୍ରେନବାସୀଙ୍କ ସହ ନୁହେଁ । ତେଣୁ ୟୁକ୍ରେନ ନାଗରିକଙ୍କ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ଋଷ ସଜାଗ ବୋଲି ପୁଟିନ୍ କହିଛନ୍ତି । ତାଙ୍କର ଯୁଦ୍ଧ ୟୁକ୍ରେନ୍ ସରକାର ସହ ୟୁକ୍ରେନବାସୀଙ୍କ ସହ ନୁହେଁ । ତେଣୁ ୟୁକ୍ରେନ ନାଗରିକଙ୍କ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ଋଷ ସଜାଗ ବୋଲି ପୁଟିନ୍ କହିଛନ୍ତି ।
ଯେଉଁ ପ୍ରାନ୍ତ ମାନଙ୍କରେ ଆକ୍ରମଣ ହୋଇଛି ବିଶେଷ କରି ଦନମାସରୁ ହଜାର ହଜାର ଲୋକଙ୍କୁ ନିଜ ଦେଶର ସୀମା ମଧ୍ୟକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ଏବେବି ଉଦ୍ଧାର କାର୍ଯ୍ୟ ପ୍ରକ୍ରିୟା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/23-32.jpg)