କନକ ବ୍ୟୁରୋ: ୟୂକ୍ରେନ ଉପରେ ଋଷର ଆକ୍ରମଣ ଜାରି ଥିବାବେଳେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କ୍ୟାନସର ଚିକିତ୍ସା ପାଇଁ କିଛି ଦିନ କ୍ଷମତାରୁ ଦୂରେଇ ରହିବା ନେଇ କ୍ରେମଲିନର ଭିତିରି ସୂତ୍ରରୁ ଜଣାପଡିଛି । ପୁଟୀନଙ୍କ ଅସ୍ତ୍ରୋପଚାର ହେବାକୁ ଥିବାବେଳେ ସେ ପୂର୍ବତନ ଗୁଇନ୍ଦା ମୁଖ୍ୟ ତଥା ସିକ୍ୟୁରିଟି କାଉନସିଲ ମୁଖ୍ୟ ନିକୋଲାଇ ପେତ୍ରୁଶେଭଙ୍କୁ ୟୁକ୍ରେନ ଆକ୍ରମଣ ଦାୟିତ୍ୱ ଦେବେ ବୋଲି ବ୍ରିଟିଶ ମିଡିଆରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ।
୭୦ ବର୍ଷୀୟ ପେତ୍ରୁଶେଭ୍ ପୁଟିନଙ୍କ ବେଶ୍ ନିକଟତମ ସହଯୋଗୀ । ପେତ୍ରୁଶେଭଙ୍କୁ ୟୁକ୍ରେନ ଯୁଦ୍ଧର ରଣନୀତି ପ୍ରସ୍ତୁତକାରୀଙ୍କ ମଧ୍ୟରେ ଅନ୍ୟତମ ପ୍ରମୁଖ ବ୍ୟକ୍ତି । ୟୁକ୍ରେନରେ ନାଜିବାଦୀ ବିସ୍ତାର କରିଥିବା ନେଇ ସେ ହିଁ ପୁଟିନଙ୍କୁ ପବର୍ତ୍ତାଇ ଥିଲେ । ପୁଟିନ୍ ପେଟ କ୍ୟାନସର ଏବଂ ପାର୍କିନସନ୍ ରୋଗରେ ପୀଡିତ ଥିବା ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/9-2.jpg)